୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫, ଆକର୍ଷଣର କେନ୍ଦ୍ରବିନ୍ଦୁରେ ଓଡିଶାର ଗ୍ରାମୀଣ ଉତ୍ପାଦ
ନୂଆଦିଲ୍ଲୀ/ଭୁବନେଶ୍ଵର, 23 ନଭେମ୍ବର (ହି.ସ.)ଏକ ଭାରତ ଶ୍ରେଷ୍ଠ ଭାରତ ପାଇଁ ଆତ୍ମନିର୍ଭରତାର ପ୍ରତିଛବି ପ୍ରଦର୍ଶିତ କରୁଛନ୍ତି ଓର୍ମାସ୍ଏବଂ ମିଶନ ଶକ୍ତି ୯ ଦିନ ମଧ୍ୟରେ ବିକ୍ରୟ କରିଛନ୍ତି ୧୩ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ରାଜ୍ୟ ଓ ଦେଶସମୂହର ସରକାରୀ ଓ ବେସରକାରୀ
୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫, ଆକର୍ଷଣର କେନ୍ଦ୍ରବିନ୍ଦୁରେ ଓଡିଶାର ଗ୍ରାମୀଣ ଉତ୍ପାଦ


ନୂଆଦିଲ୍ଲୀ/ଭୁବନେଶ୍ଵର, 23 ନଭେମ୍ବର (ହି.ସ.)ଏକ ଭାରତ ଶ୍ରେଷ୍ଠ ଭାରତ ପାଇଁ ଆତ୍ମନିର୍ଭରତାର

ପ୍ରତିଛବି ପ୍ରଦର୍ଶିତ କରୁଛନ୍ତି ଓର୍ମାସ୍ଏବଂ ମିଶନ ଶକ୍ତି

୯ ଦିନ ମଧ୍ୟରେ ବିକ୍ରୟ କରିଛନ୍ତି ୧୩ ଲକ୍ଷରୁ ଅଧିକ

ଟଙ୍କାର ସାମଗ୍ରୀ

ରାଜ୍ୟ ଓ ଦେଶସମୂହର ସରକାରୀ ଓ ବେସରକାରୀ

ପ୍ରତିଷ୍ଠାନଗୁଡିକ ସହିତ ସଫଳ ବାଣିଜ୍ୟିକ ବାର୍ତ୍ତାଳାପ

ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ପରିସରରେ ଆୟୋଜିତ ୪୪ତମ ଭାରତ

ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ର ଓଡ଼ିଶା ପାଭିଲିୟନରେ ଓଡ଼ିଶା ସରକାରଙ୍କ ତରଫରୁ ଅଂଶଗ୍ରହଣ

କରିଥିବା ମିଶନ୍ ଶକ୍ତିବିଭାଗ ଏବଂପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥଓଡ଼ିଶା ଗ୍ରାମ୍ୟ

ଉନ୍ନୟନ ଓ ବିପଣନ ସମିତି (ଓର୍ମାସ୍), ବିଶ୍ଵ ସମ୍ମୁଖରେ

ଆତ୍ମନିର୍ଭର ଭାରତର ପ୍ରତିଛବିକୁ ପ୍ରଦର୍ଶିତ କରୁଛି ।

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା

ପାଭିଲିୟନରେ ଓର୍ମାସ୍ର ୬ ଟି ଷ୍ଟଲ୍ ଏବଂ ମିଶନ୍ ଶକ୍ତିର ୪ ଟି ଷ୍ଟଲରେ ଗ୍ରାମୀଣ ମହିଳା ସ୍ଵୟଂ

ସହାୟିକା ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ କରାଯାଉଥିବା ବେଳେ,ଲାଇଭ୍ ଡେମୋ

ପ୍ଲାଟ୍ଫର୍ମ ଉପରେ ସେସବୁର ପ୍ରସ୍ତୁତି କଳା ପ୍ରଦର୍ଶିତ ହେଉଛି ।

ଓର୍ମାସ୍ର ୬ ଟି ଷ୍ଟଲ୍ରେ ରାୟଗଡ଼ରୁ ଆସଥିବା ପ୍ରେରଣା

ସ୍ଵୟଂ ସହାୟକ ଗୋଷ୍ଠୀର ଲାଉ ତୁମ୍ବାରୁ ପ୍ରସ୍ତୁତ ନିତ୍ୟ ବ୍ୟବହାର୍ଯ୍ୟ ଓ ଗୃହ ସାଜସଜ୍ଜା

ସାମଗ୍ରୀ,ଢେଙ୍କାନାଳରୁ ଆସିଥିବା ଜୟ

ଜଗନ୍ନାଥ ସ୍ଵୟଂ ସହାୟକ ଗୋଷ୍ଠୀର ଡୋକ୍ରା ହସ୍ତକଳାକୃତି, ବାଲେଶ୍ଵରରୁ

ଆସିଥିବା ନୀଳଗିରି ଲାଖ ଉତ୍ପାଦକ ସଂଘର ମହିଳାମାନଙ୍କ ଆଭୂଷଣ,ନୟାଗଡ଼ରୁ ଆସିଥିବା

କ୍ରୀଷ୍ଣା ଛେନାପୋଡ଼ର ଓଡିଆ ପାରମ୍ପାରିକ ପିଠା ଓ ଛେନାପୋଡ଼,ଯାଜପୁର ଜିଲ୍ଲାରୁ

ଆସିଥିବା ଗୋପାଳପୁର ଟସର ହସ୍ତତନ୍ତ ଉତ୍ପାଦନ ଏଣ୍ଟରପ୍ରାଇଜ୍ର ପୁରୁଷ ଓ ମହିଳା ମାନଙ୍କ

ହସ୍ତତନ୍ତ ବସ୍ତ୍ର ଏବଂ ପୁରୀରୁ ଆସିଥିବା ଉତ୍କଳ କଏର୍ର ନଡ଼ିଆ କତାରୁ ପ୍ରସ୍ତୁତ ପରିବେଶ

ଅନୁକୂଳ ବିଭିନ୍ନ ଗୃହସଜ୍ଜା ସାମଗ୍ରୀ ଓ ଖେଳଣା ମିଳୁଛି ।

ସେହିପରି,ମିଶନ୍ ଶକ୍ତିର ୪

ଟି ଷ୍ଟଲରେ ପୁରୀ ରଘୁରାଜପୁରରୁ ଆସିଥିବା ମା' ଭୁଆଶୁଣୀ ସ୍ଵୟଂ

ସହାୟକ ଗୋଷ୍ଠୀର ପଟ୍ଟଚିତ୍ର,କେନ୍ଦ୍ରାପଡ଼ାରୁ

ଆସିଥିବା ଶିବ ପାର୍ବତୀ ଗୋଲ୍ଡେନ ଗ୍ରାସ୍ର କାଇଁଚ ଓ ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ,

ନବରଙ୍ଗପୁରରୁ ଆସିଥିବା ଧନଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀର ଧାନରୁ

ପ୍ରସ୍ତୁତି କଳାକୃତି ଏବଂ କେନ୍ଦୁଝର ଆନନ୍ଦପୁରରୁ ଆସିଥିବା ଶ୍ରୀ ଜଗନ୍ନାଥ ସ୍ଵୟଂ ସହାୟକ

ଗୋଷ୍ଠୀର ପେପର୍ ମାକ୍ କଳାକୃତି ଉପଲବ୍ଧ ହେଉଛି ।

୧୪ ରୁ ୨୨ ତାରିଖ ମଧ୍ୟରେଓଡ଼ିଶା ପାଭିଲିୟନରେ

ଓର୍ମାସ୍ଷ୍ଟଲ୍ ଗୁଡିକ ସାତ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ କରିଥିବା ବେଳେ,ମିଶନ୍ ଶକ୍ତିର

ଷ୍ଟଲ୍ ଗୁଡିକ ପ୍ରାୟ ଛଅ ଲକ୍ଷ ଟଙ୍କାର ବ୍ୟବସାୟକରିଛନ୍ତି । ତୁମ୍ବା ହସ୍ତଶିଳ୍ପ ସାମଗ୍ରୀ

ସମ୍ଭାରକୁ ନେଇ ଓର୍ମାସ୍ ଓ ମିଶନ ଶକ୍ତି ଷ୍ଟଲ୍ ଗୁଡିକ ରାଜ୍ୟ ଓ ଦେଶସମୂହ ପାଇଁ ଆକର୍ଷଣର

କେନ୍ଦ୍ରବିନ୍ଦୁରେ ପରିଣତ ହୋଇଛି । ତୁମ୍ବା ହସ୍ତକଳାକୃତିକୁ ନେଇମେଳାରେ ଅଂଶଗ୍ରହଣ କରିଥିବା

ରାୟଗଡ଼ାର ପ୍ରେରଣା ସ୍ଵୟଂ ସହାୟକ ଗୋଷ୍ଠୀ ଇତିମଧ୍ୟରେ ନୂଆଦିଲ୍ଲୀର ରୁଦ୍ରଶୀଳ ପ୍ରୋଡ଼କ୍ଟ ସହିତ

ବାଣିଜ୍ୟିକ ବାର୍ତ୍ତାଳାପ କରିଥିବା ବେଳେ, ବିଭିନ୍ନ ରାଜ୍ୟ ଓ

ମନ୍ତ୍ରାଳୟର ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ସମେତ ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ପ୍ରଦର୍ଶିତ

ସାମଗ୍ରୀ ଗୁଡିକର ଉତ୍ପାଦନ ଓ ବିପଣନ ସମ୍ପର୍କରେ ଷ୍ଟଲ୍ ଦାୟିତ୍ଵରେ ଥିବା ଅଧିକାରୀମାନଙ୍କ

ସହିତ ଆଲୋଚନା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande