
ଜୟପୁର,, 4 ନଭେମ୍ବର (ହି.ସ.) :ଜୟପୁର ସଦରଥାନା ଅନ୍ତର୍ଗତ ଓମଫେଡ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ବାଙ୍କବିଜା ଗ୍ରାମର ସ˚ଗ୍ରାମ ପଟ୍ଟନାୟକ(୨୫)। ମୃତକଙ୍କ ବାପା ଶିବ ପଟ୍ଟନାୟକଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ତାଙ୍କ ପୁଅ ସ˚ଗ୍ରାମ ମେଡିକାଲରେ ଆଟେଣ୍ତାଣ୍ଟ ଭାବେ କାମ କରୁଥିଲେ। କାମ ସାରି ରାତି ୧୨ଟାରେ ନିଜ ଘର ବାଙ୍କବିଜାକୁ (ଓଡି୧୦ଏବି୯୮୫୫)ଫେରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା। କିଛି ଲୋକ ଦେଖି ଜିଲ୍ଲା ଚିକିତ୍ସାଳୟକୁ ନେବା ସମୟରେ ଡାକ୍ତର ସ˚ଗ୍ରାମକୁ ମୃତ ଘୋଷଣା କରିଥିଲେ। ଆଜି ସଦରଥାନା ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ମୃତଦେହର ଶବବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ଓମଫେଡ ନିକଟରେ ଥିବା ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ସଦରଥାନା ଅଧିକାରୀ ସଚ୍ଛିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି