ସଂଯୁକ୍ତା ଦାସଙ୍କ କ୍ୟୁରୋଗୀ ଏବଂ ପୁମସେ ପ୍ରତିଯୋଗୀତାରେ ସଫଳତା ଅର୍ଜନ
କେନ୍ଦୁଝର, 5 ନଭେମ୍ବର (ହି.ସ.) କଟକ ଜିଲା ଜବାହାରଲାଲ ନେହରୁ ଷ୍ଟାଡିୟମ ଠାରେ ୧୯ ଅକ୍ଟୋବର ରୁ ୨ନମଭେମ୍ବର ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ କ୍ୟୁରୋଗୀ ଏବଂ ପୁମସେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗୀତାରେ କେନ୍ଦୁଝର ଜିଲା ସଂଯୁକ୍ତା ଦାସ(୧୪)କମ୍ କ୍ୟାଡେଟ ବିଭାଗରେ ଅଂଶଗ୍ରହଣ କରି ସଫଳତା
ସଂଯୁକ୍ତା ଦାସଙ୍କ କ୍ୟୁରୋଗୀ ଏବଂ ପୁମସେ ପ୍ରତିଯୋଗୀତାରେ ସଫଳତା ଅର୍ଜନ


କେନ୍ଦୁଝର, 5 ନଭେମ୍ବର (ହି.ସ.) କଟକ ଜିଲା ଜବାହାରଲାଲ ନେହରୁ ଷ୍ଟାଡିୟମ ଠାରେ ୧୯ ଅକ୍ଟୋବର ରୁ ୨ନମଭେମ୍ବର ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ କ୍ୟୁରୋଗୀ ଏବଂ ପୁମସେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି।

ଏହି ପ୍ରତିଯୋଗୀତାରେ କେନ୍ଦୁଝର ଜିଲା ସଂଯୁକ୍ତା ଦାସ(୧୪)କମ୍ କ୍ୟାଡେଟ ବିଭାଗରେ ଅଂଶଗ୍ରହଣ କରି ସଫଳତା ଅର୍ଜନ କରିଛନ୍ତି। ଏଥିରେ କ୍ୟୁରୋଗୀ ୩୩କିଗ୍ରା ବର୍ଗରେ ସୂର୍ଣପଦକ, ଫ୍ରିଷ୍ଟାଇଲ ପୁମସେ ସୂର୍ଣ୍ଣପଦକ ଏବଂ ଇଣ୍ଡିଭିଜୁଆଲ ପ୍ରୁମେସରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେ କେନ୍ଦୁଝର ଜିଲାର କ୍ୟାରିୟର ଟାଇକୋଣ୍ଡୋ ଅସୋସିଏସନରେ ପ୍ରଶିକ୍ଷଣ ନେଇଥିଲେ। ତାଙ୍କ ଏହି ସଫଳତା ପାଇଁ ପିତା ସୁବ୍ରତ ନାରାୟଣ ଦାସ,ମା' ସ୍ବାଶତୀ ଦାସ ପରିବାର ବର୍ଗ ଏବଂ ପ୍ରଶିକ୍ଷକ ଏମଡି ରମଜାନ(କୁନୁସାର),ରାଜ୍ୟ ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସଂଯୁକ୍ତା ଚଳିତ ମାସ ୧ତାରିଖରୁ ୨୩ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ବରେଲୀ ଠାରେ ଅନୁଷ୍ଠିତ ହେବାକୁଥ‌ିବା ଜାତୀୟ ସ୍ତରୀୟ କ୍ୟୁରୋଗୀ ଓ ପୁମସେ ପ୍ରତିଯୋଗୀତାରେ କ୍ୟାଡେଟ ବିଭାଗରେ ଭାଗ ନେବେ ବୋଲି ପ୍ରଶିକ୍ଷକ ଏମଡି ରମଜାନ(କୁନୁସାର) ସୂଚନା ପ୍ରଦାନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande