
ଭଦ୍ରକ, ୪ ନଭେମ୍ବର (ହି.ସ.) - ଆଜି ପୃଥକ୍ ପୃଥକ୍ ଦୁଇଟି ସ୍ଥାନରୁ ଦୁଇଜଣ ବାଇକ୍ ଚୋର ଓ ଜଣେ ଲୁଟେରାଙ୍କୁ ଲୋକମାନେ କାବୁ କରି ପୁଲିସ୍ର ଜିମା ଦେଇଛନ୍ତି। ପ୍ରଥମ ଘଟଣାରେ ଆଜି ଭଦ୍ରକ ଡାହାଣୀଗଡିଆ ଛକ ନିକଟରେ ଥିବା ଏକ୍ରାମ ଆର୍ଟ୍ସ ଦୋକାନ ନିକଟରୁ ଦୁଇଜଣ ପୁରାତନ ଦାଗୀ ଏକ ମୋଟର ସାଇକେଲ୍କୁ ଚୋରି କରିବା ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡିଥିଲେ। ଲୋକମାନେ ଏହି ଦୁଇଜଣଙ୍କୁ କାବୁ କରି ପୁଲିସ୍ ପିସିଆର ଭ୍ୟାନ୍କୁ ଖବର ଦେଇଥିଲେ। ଫଳରେ ସେମାନଙ୍କୁ ସହରାଂଚଳ ଥାନାକୁ ନେଇ ପଚରା ଉଚୁରା କରାଯାଉଛି। ଏଠାରେ ସୂଚନାଯୋଗ୍ୟ ଏହି ଦୁଇଜଣଙ୍କ ନାମରେ ପୂର୍ବରୁ ଏକାଧିକ ଚୋରି ମାମଲା ରହିଛି। ଅନୁରୂପ ଆଜି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଏସ୍ବିଆଇ ଏଟିଏମ୍ରୁ ଜଣେ ବୃଦ୍ଧା ମହିଳା ଟଙ୍କା ଉଠାଇ ଆସୁଥିବାବେଳେ ଦୁଇଜଣ ଲୁଟେରା ତାଙ୍କ ହାତରୁ ଟଙ୍କା ଛଡାଇ ଖସିଯିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ସେଠାରେ ଥିବା ସ୍ଥାନୀୟ ଲୋକେ ଉଭୟଙ୍କୁ ଗୋଡାଇ ଜଣକୁ ଧରିଥିବାବେଳେ ଅନ୍ୟ ଜଣେ ଖସିଯାଇଥିଲା। ପରେ ପୁଲିସ୍କୁ ଖବର ଦେବାରୁ ସେମାନେ ଆସି ଯୁବକ ଜଣକୁ ଥାନାକୁ ନେଇଥିବାର ଜଣାପଡିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ