
ଭଦ୍ରକ, ୫ ନଭେମ୍ବର (ହି.ସ.) - ଏହି ଜିଲାର ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଓ ରାସ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ସେଥିମଧ୍ୟରୁ ବସନ୍ତିଆ ପୁଷ୍କରିଣୀର ଉଭୟ ପାଶ୍ୱର୍ରେ ଅନୁଷ୍ଠିତ ଉତ୍ସବ ବେଶ ଆକର୍ଷଣୀୟ ହୋଇଛି । ପୁଷ୍କରିଣୀର ଉତର ପାଶ୍ୱର୍ରେ ଫ୍ରେଣ୍ଡସ୍ ୟୁଥ୍ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୩୭ତମ ବୋଇତ ବନ୍ଦାଣ ଉତ୍ସବକୁ ବନ୍ତ ଥାନାଧିକାରୀ ମୋନାଲିସା କର ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ ଶରତ ଚନ୍ଦ୍ର ପଣ୍ଡା କଳସ ଆଣିବା ପରେ ରାଧାକୃଷ୍ଣଙ୍କ ମୃଣ୍ମୟୀ ମୂର୍ତିକୁ ପୂଜାର୍ଚ୍ଚନା କରାଯାଇଥିଲା । ପୂଜକ କୁଳମଣି ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଉପଦେଷ୍ଟା ପ୍ରଦୀପ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ଫ୍ରେଣ୍ଡସ୍ ୟୁଥ୍ କ୍ଲବର ସଭାପତି କ୍ଷୀରୋଦ ରାଉଳ, ସମ୍ପାଦକ ମୁକ୍ତିକାନ୍ତ ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି । ସନ୍ଧ୍ୟାରେ ଭଜନ, ମେଲୋଡି କାର୍ଯ୍ୟକ୍ରମ ଆଦି ପରିବେଷଣ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପୁଷ୍କରିଣୀର ଦକ୍ଷିଣ ପାଶ୍ୱର୍ରେ ମା ମଙ୍ଗଳା ଯୁବକ ସଂଘ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟିତ ହୋଇଛି । ପ୍ରାରମ୍ଭରେ କଳସ ଅଣାଯିବା ପରେ ମୃଣ୍ମୟୀ ମୂର୍ତିକୁ ପୂଜାର୍ଚ୍ଚନା କରାଯାଇଥିଲା । ପୂଜକ ଗଙ୍ଗାଧର ତିଆଡିଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପାଦିତ ହେଉଛି । ଉଭୟ ପୂଜା ମଣ୍ଡପରେ ଦର୍ଶକ ମାନଙ୍କୁ ଆକୃଷ୍ଟ କଲାଭଳି ପାଶ୍ୱର୍ ବାରୁଆଳୀ, ଆକର୍ଷଣୀୟ ତୋରଣ ନିର୍ମାଣ କରାଯିବା ସହ ପୁଷ୍କରିଣୀର ଚତୁଃପାଶ୍ୱର୍କୁ ବିଭିନ୍ନ ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ଲୋକଙ୍କ ଚାହିଦାକୁ ଲକ୍ଷ୍ୟ କରି ଉଭୟ ସ୍ଥାନରେ ମନୋହରୀ, ଖେଳନା ଓ ଚାଟ ଦୋକାନ ଖୋଲା ଯିବା ସହ ଖେଳିବା ପାଇଁ ଦୋଳିର ବ୍ୟବସ୍ଥା କରାଯାଇଛି । ଏହି ଉତ୍ସବ ଦେଖିବା ପାଇଁ ବନ୍ତ ଓ ପଡୋଶୀ ହାଟଡିହୀ ବ୍ଲକରୁ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ ଜମୁଛି । ଏହି ଉତ୍ସବ ୭ ଦିନ ଧରି ଚାଲିବ ବୋଲି ଜଣାଯାଇଛି । ସେହିପରି ବେଗନାସ୍ଥିତ ଠାକୁରାଣୀ ସାହି ଠାରେ ରାଧାକୃଷ୍ଣଙ୍କର ପୂଜା ଓ ୧୩ତମ ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ ହୋଇଛି । ଅନନ୍ତ ବାରିକ କଳସ ଆଣିଥିବା ବେଳେ ଶୁକଦେବ ନନ୍ଦ ପୂଜା କାର୍ଯ୍ୟ ସମ୍ପାଦନ କରିଛନ୍ତି । କାର୍ଯ୍ୟକ୍ରମରେ ରବିନ୍ଦ୍ର ସେଠୀ, ନବ କିଶୋର ଜେନା, ବାପିନ ସେଠୀ, ଜ୍ୟୋତି ରଞ୍ଜନ ବାରିକ, ଚକ୍ରଧର ସେଠୀ, ହଳଧର ଜେନା, ପ୍ରଦୀପ ସେଠୀ, ଦୀଲିପ ସେଠୀ, ଅଜୟ ସେଠୀ, ରଘୁନାଥ ଜେନା, ଚନ୍ଦ୍ରମଣି ଜେନା ସହଯୋଗ କରୁଛନ୍ତି । ଏହି ଉତ୍ସବ ୭ ଦିନ ଧରି ଚାଲିବ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ