ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ବିଶାଳ ଜନସମ୍ପର୍କ ପଦଯାତ୍ରା
କେନ୍ଦୁଝର, 5 ନଭେମ୍ବର (ହି.ସ.) ବିଜେଡ଼ିର ପାଟଣା ନିର୍ବାଚନ ମଣ୍ଡଳୀ ସ୍ବରୀୟ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ସରକାରଙ୍କ ବିଫଳତାକୁ ଜନସାଧରଣଙ୍କ ପାଖରେ ପହଞ୍ଚାଇ ବାକୁଏହି ଜନ ସମ୍ପର୍କ ପଦଯାତ୍ରା କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ପାଟଣା ବ୍ଲକର କେନ୍ଦେଇପଶି ମୁଖ୍ୟା
ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ବିଶାଳ ଜନସମ୍ପର୍କ ପଦଯାତ୍ରା


କେନ୍ଦୁଝର, 5 ନଭେମ୍ବର (ହି.ସ.)

ବିଜେଡ଼ିର ପାଟଣା ନିର୍ବାଚନ ମଣ୍ଡଳୀ ସ୍ବରୀୟ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ସରକାରଙ୍କ ବିଫଳତାକୁ ଜନସାଧରଣଙ୍କ ପାଖରେ ପହଞ୍ଚାଇ ବାକୁଏହି ଜନ ସମ୍ପର୍କ ପଦଯାତ୍ରା କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ପାଟଣା ବ୍ଲକର କେନ୍ଦେଇପଶି ମୁଖ୍ୟାଳୟ ଠାରୁ ଆରମ୍ଭ ହୋଇ ବଲାଣିପଶି,କଣ୍ଟ୍ରିଆପଡା, ବାଉଁଶୁଳି, ଉଖୁଣ୍ଡା, ହୋଇ ବିଭିନ୍ନ ଗ୍ରାମରେ ଜନସମ୍ପର୍କ ପଦଯାତ୍ରା କରି ବାରିଆ ଠାରେ ସମାପ୍ତ ହୋଇଥିଲା।ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ମଧ୍ଯ ଶତାଧୂକ କର୍ମୀ ଏହି ସଭାଯାତ୍ରାରେ ସାମିଲ ଥିଲେ।ପୂର୍ବ ସରକାର ଙ୍କ ସଫଳତା, ବିଜେପି ସରକାରଙ୍କ ବିଫଳତା ଏବଂ ରାଜ୍ୟ ବିକାଶ ରେ ସମ୍ପୁର୍ଣ ବିଫଳ ହୋଇଥିବା ବିଷୟରେ ଏହି ଶୋଭାଯାତ୍ରାରେ କୁହାଯାଇଥିଲା เง ପଦଯାତ୍ରାରେ ବିଜେଡି ଜିଲ୍ଲା ସଭାପତି ଆଶୀଷ ଚକ୍ରବର୍ତ୍ତୀ, ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ସାହାରପଡା ବ୍ଲକ ବିଜେଡି ସଭାପତି ଦିଲ୍ଲୀପ ସାହୁ, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି,, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ୨୨ ନମ୍ବର ଜିଲ୍ଲାପରିଷଦ ସଦସ୍ୟା ସୌଭାଗ୍ୟ ମଞ୍ଜରୀ ନାଏକ, ୨୩ ନମ୍ବର ଜିଲ୍ଲାପରିଷଦ ସଦସ୍ୟା ରୁନୁ ମହାନ୍ତି, ୨୯ ନଂ ଯୋନ ଜିଲ୍ଲା ପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ଼, ବିଜେଡି ବରିଷ୍ଠ ନେତା ଗୋବିନ୍ଦ ଚନ୍ଦ୍ର ମହାନ୍ତି, କୃଷ୍ଣଚନ୍ଦ୍ର ମହାପାତ୍ର,ସତ୍ୟବ୍ରତ ନାଏକ, ବିଜୟ ପାଇଦା,ପ୍ରଶାନ୍ତି ଭଞ୍ଜ,ରତନ ସେଠୀ,ନାରୀ ନେତ୍ରୀ କନକ ଲତା ନାଏକ,ଯୁବ ନେତା ସତ୍ୟନାରାୟଣ ପଣ୍ଡା, ଭବାନୀ ଶଙ୍କର ମହାନ୍ତି, ସୌମ୍ୟରଞ୍ଜନ ରାଉତ,ବିପ୍ଳବ ପୃଷ୍ଟି, ପରେଶ ବାରିକ,ଉପେନ୍ଦ୍ର ମହାନ୍ତି ଙ୍କ ସହିତ କାର୍ଯ୍ୟକ୍ରମ ରେ ଛାତ୍ର ବିଜେଡି,ମହିଳା ବିଜେଡି, ଯୁବ ବିଜେଡି ର ବରିଷ୍ଠ ନେତା ଙ୍କ ସହ ଅନ୍ୟାନ୍ୟ ସରପଞ୍ଚ ଓ ସମିତି ସଭ୍ୟ ଓ ବହୁ ଦଳୀୟ ନେତାଙ୍କ ସମେତ ଶତାକ କର୍ମୀ ଏହି ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande