
ଗୌହାଟି, ନଭେମ୍ବର 4 (ହି.ସ)-ଅନ୍ତର୍ଜାତୀୟ
ଖ୍ୟାତିସମ୍ପନ୍ନ ବଂଶୀବାଦକ ଦୀପକ ଶର୍ମାଙ୍କ ପାର୍ଥିବ ଶରୀର ମଙ୍ଗଳବାର ସକାଳେ ଚେନ୍ନାଇରୁ ଏକ
ସ୍ୱତନ୍ତ୍ର ବିମାନ ଯୋଗେ ଗୌହାଟି ଅଣାଯାଇଥିଲା। ଗୁରୁତର ଅସୁସ୍ଥତା ସହିତ ସଂଘର୍ଷ କରୁଥିବା
ଦୀପକ ଶର୍ମା (57) 3ନଭେମ୍ବର ସକାଳେ ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ
ଅବସ୍ଥାରେ ପରଲୋକ ହୋଇଥିଲା।ଗୌହାଟିରେ ପହଞ୍ଚିବା ପରେଦୀପକ ଶର୍ମାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ଅମ୍ବିକାଗିରି ସହରସ୍ଥିତ
ତାଙ୍କ ବାସଭବନକୁ ନିଆଯାଇଥିଲା, ଯେଉଁଠାରେ ପରିବାର
ଏବଂ ନିକଟ ସମ୍ପର୍କୀୟମାନେ ଧାର୍ମିକ ରୀତିନୀତି ଅନୁଯାୟୀ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ତାଙ୍କ ପାର୍ଥିବ ଶରୀରକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଅମ୍ବିକାଗିରି ସହରର ସେଉଜ ସଂଘରେ
ସାଧାରଣ ଦର୍ଶନ ପାଇଁ ରଖାଯିବ। ସନ୍ଧ୍ୟାରେ ରାଜକୀୟ ସମ୍ମାନ ସହିତ ନବଗ୍ରହ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା