
ଥିରୁବନନ୍ତପୁରମ୍, ୪ ନଭେମ୍ବର (ହିସ)- ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ କହିଛନ୍ତି ଯେ ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ, ଗବେଷଣା ଏବଂ ନବସୃଜନକୁ ଜନ କଲ୍ୟାଣ ସହିତ ଯୋଡିବାକୁ ପଡିବ। ସେ ବୈଜ୍ଞାନିକ ଏବଂ ଗବେଷକମାନଙ୍କୁ ସମାଜର ଅବହେଳିତ ବର୍ଗଙ୍କ ନିକଟରେ ସେମାନଙ୍କର ଗବେଷଣାର ଲାଭ ପହଂଚାଇବାକୁ ଅନୁରୋଧ କରିଥିଲେ, ଯାହା ଦ୍ୱାରା ପ୍ରକୃତ ବିକାଶ ଘଟିବ। ଉପରାଷ୍ଟ୍ରପତି ମଙ୍ଗଳବାର ଦିନ ଥିରୁବନନ୍ତପୁରମର ଚିତ୍ରା ଥିରୁନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍େସସ୍ ଆଣ୍ଡ୍ ଟେକ୍ନୋଲୋଜି ପରିଦର୍ଶନ କରିଥିଲେ। ସେ ଅଚ୍ୟୁତ ମେନନ୍ ସେଂଟର ଫର୍ ହେଲ୍ଥ ସାଇନ୍େସସ୍ ଷ୍ଟଡିଜ୍ ରେ ପ୍ରତିଷ୍ଠାନର ଷ୍ଟାର୍ଟଅପ୍ କମ୍ପାନୀଗୁଡ଼ିକ ଦ୍ୱାରା ବିକଶିତ ଚିକିତ୍ସା ଉପକରଣଗୁଡ଼ିକର ଏକ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ରାଧାକୃଷ୍ଣନ କହିଛନ୍ତି ଯେ ସିିଟିଆଇଏମଏସ୍ଟ ଟି ଦେଶରେ ଚିକିତ୍ସା ବିଜ୍ଞାନ ଏବଂ ପ୍ରଯୁକ୍ତିର ଏକୀକରଣର ଏକ ଉତ୍କୃଷ୍ଟ ଉଦାହରଣ।
-----------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ