
ସମ୍ବଲପୁର, ୦୪ ନଭେମ୍ବର(ହି.ସ.) – ଆସନ୍ତା ୭ ତାରିଖରେ ପଶ୍ଚିମ ଓଡିଶା ବାଳିକା କବାଡି ପ୍ରତିଯୋଗିତା ଆୟୋଜିତ ହେବ। ଏହା ନକ୍ଆଉଟ୍ ମ୍ୟାଚ୍ ହୋଇଥିବା ବେଳେ ମୋଟ ୮ଟି ଦଳ ପ୍ରତିଯୋଗିତାରେ ଭାଗ ନେବେ। ସମ୍ବଲପୁରର ୩ଟି ସମେତ ବରଗଡ, ସୁନ୍ଦରଗଡ, ରାଉଲକେଲା, ନୂଆପଡା ଓ ଦେବଗଡ ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ସୋମବାର ସ୍ଥାନୀୟ ବାଲିବନ୍ଧା ସ୍ଥିତ ବ୍ରଜମୋହନ ପାର୍କ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୱାଇବିଏ କ୍ଲବ ସଭାପତି ପ୍ରେମ ରଞ୍ଜନ ପ୍ରଧାନ ଏହା କହିଥିଲେ। ସେ ଆହୁରି କହିଥିଲେ ଯେ, ସ୍ଥାନୀୟ ଖେଳାଳୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆସନ୍ତା ୮ ଓ ୯ରେ ୩ୟ କୁଞ୍ଜେଲ ସିଂ ସ୍ମାରକୀ ବାଳକ କବାଡି ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ୧୨ଟି ସ୍ଥାନୀୟ କବାଡି ଦଳ ଯୋଗ ଦେବେ। ୱାଇବିଏ , ଅନାମିକା, ହାଟପଡା, ପାଟଣେଶ୍ୱରୀ, ରାଧାମାଧବ, ନେତାଜୀ ସୁବାଷ ସଂଘ, ହାଉସିଂ ବୋଡ କଲୋନୀ, ଗାନ୍ଧି କ୍ଲବ, ବସନ୍ତ କ୍ଲବ, ଆମ୍ବେଦକର କ୍ଲବ, ଅନ୍ତରାମ ଓ ଏସ୍ୟାଇଏସ୍ କ୍ଳବ ଭାଗ ନେବେ। ତେବେ ଉଭୟ ବର୍ଗର କୃତି ଚାମ୍ପିୟାନ ଦଳକୁ ୧୦ହଜାର ଓ ରନର୍ସ ଦଳକୁ ୭ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ହରିବଂଶ ସେଠ୍, ସହ ସମ୍ପାଦକ ବିଜୟ ଶଙ୍କର ସ୍ୱାଇଁ, ସମ୍ପାଦକ ସୁଧାଂଶୁ ପଣ୍ଡା, କାର୍ଯ୍ୟକାରୀ ସଭ୍ୟ ଅଶ୍ୱିନୀ ମହାପାତ୍ର, ପ୍ରୟସେ ଡନସେନା ଓ ଶ୍ରୀକାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ