ସଂଚୟ ପକ୍ଷ ୨୦୨୫ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ଆର୍ôଥକ ସାକ୍ଷରତା ଶିବିର
ଭଦ୍ରକ, ୪ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ସଂଚୟ ପକ୍ଷ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲା ଚିକତ୍ସାଲୟ ଓ ଗାନ୍ଧୀ ଓଡ଼ିଶା ବଳଶ୍ରମ୍‌, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଜିଲ୍ଲା ଆର୍ôଥକ ସେବା ସଂଚୟ କାର୍ଯ୍ୟାଳୟ ଅଧିକାର
SANCHAYA PAKHYA PALANA 2025


ଭଦ୍ରକ, ୪ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ସଂଚୟ ପକ୍ଷ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲା ଚିକତ୍ସାଲୟ ଓ ଗାନ୍ଧୀ ଓଡ଼ିଶା ବଳଶ୍ରମ୍‌, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଜିଲ୍ଲା ଆର୍ôଥକ ସେବା ସଂଚୟ କାର୍ଯ୍ୟାଳୟ ଅଧିକାରୀ, ବରିଷ୍ଠ ନାଗରିକ ତଥା ସ୍ୱଳ୍ପ ସଂଚୟ ଅଭିକର୍ତା ମାନେ ଯୋଗଦେଇଥିଲେ। ବୃକ୍ଷ ରୋପଣ ପରେ ଗାନ୍ଧୀ ଓଡ଼ିଶା ବଲାଶ୍ରମ୍ ର ଅନ୍ତେବାସୀ ମାନଙ୍କୁ ନେଇ ଏକ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୁକ୍ତ କାରଣ ଶିବିର ଆୟୋଜିତ ହୋଇଥିଲା। ଏହି ସଭାରେ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ପିଲାମାନଙ୍କୁ ସଂଚୟର ମହତ୍ୱ ବୁଝାଇ ଥିଲା ଓ ପିଲାମାନଙ୍କୁ ସଂଚୟ ଅଭ୍ୟାସ ବୃଦ୍ଧି କରିବା ପାଇଁ ପ୍ରେରଣା ଦେଇଥିଲେ। ପୂର୍ବତନ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ପଦ୍ମନ୍ କୁମାର ରାୟ ପିଲା ମାନଙ୍କୁ ସଂଚୟ କରିବା ପ୍ରେରଣା ଦେଇଥିଲେ।ସଭା ଶେଷରେ ପିଲାମାନଙ୍କୁ କୁମ୍ପି ବା କଏନ ବକ୍ସ ପ୍ରଦାନ କରାଯାଇ ଥିଲା। ଏହି ସଭାରେ ପ୍ରାୟ ୮୦ ଜଣ ପିଲା, ଅଭିଭାବକ, ଡାକ ଅଭିକର୍ତା ଯୋଗ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande