ଅପହରଣ ମାମଲା ରେ ଜଣେ ଗିରଫ
ଜୟପୁର, 4 ନଭେମ୍ବର (ହି.ସ.) - ନାବାଳିକା ଝିଅକୁ ଅପହରଣ କରିଥିବା ଅଭିଯୋଗରେ ଆଜି ଜୟପୁର ସଦରପୁଲିସ ଜଣେ ଅଭିଯୁକ୍ତ ସୁନିଲ ହରିଜନକୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ ଉମୁରୀ ଗ୍ରାମପଞ୍ଚାୟତର ଜଣେ ବ୍ୟକ୍ତି ଜିଲ୍ଲା ଚିକିତ୍ସାଳୟ ସମ୍ମୁଖରେ ଥିବା ଦୋକାନ ବନ୍ଦ କରି ଘରକୁ ଯାଇ ତାଙ୍କ ନାବାଳିକା
ଅପହରଣ ମାମଲା ରେ ଜଣେ ଗିରଫ


ଜୟପୁର, 4 ନଭେମ୍ବର (ହି.ସ.) - ନାବାଳିକା ଝିଅକୁ ଅପହରଣ କରିଥିବା ଅଭିଯୋଗରେ ଆଜି ଜୟପୁର ସଦରପୁଲିସ ଜଣେ ଅଭିଯୁକ୍ତ ସୁନିଲ ହରିଜନକୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ ଉମୁରୀ ଗ୍ରାମପଞ୍ଚାୟତର ଜଣେ ବ୍ୟକ୍ତି ଜିଲ୍ଲା ଚିକିତ୍ସାଳୟ ସମ୍ମୁଖରେ ଥିବା ଦୋକାନ ବନ୍ଦ କରି ଘରକୁ ଯାଇ ତାଙ୍କ ନାବାଳିକା ଝିଅ ଘରକୁ ଫେରି ନଥିବା ଦେଖିବାକୁ ପାଇଥିଲେ। ପରେ ସ ପରିବାର ଖୋଜାଖୋଜି କରି ଝିଅକୁ ନ ପାଇନଥିଲେ। ବଡଜିଉନା ପଞ୍ଚାୟତର ସାନ ଜିଉନା ଗ୍ରାମର ସୁନିଲ ହରିଜନ ଓ ତାଙ୍କ ଦୁଇ ସାଙ୍ଗ ତାଙ୍କ ଝିଅକୁ ଅପହରଣ କରିଥିବା ନେଇ କୌଣସି ସୁତ୍ରରୁ ଖବର ପାଇଥିଲେ। ପରେ ସେ ସଦରଥାନାରେ ଲିଖିତ ଅଭିଯୋଗ ଦେବା ପରେ ସଦର ପୁଲିସ ଘଟଣାର ତଦନ୍ତ କରି ସୁନିଲ ହରିଜନକୁ ଅପହରଣ ମାମଲରେ ଗିରଫ କରିଥିବା ସଦରଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande