
ନୂଆଦିଲ୍ଲୀ, ନଭେମ୍ବର 4 (ହି.ସ)- କେନ୍ଦ୍ର ଇସ୍ପାତ
ମନ୍ତ୍ରଣାଳୟ ସୋମବାର ଦିନ ସ୍ୱତନ୍ତ୍ର ଇସ୍ପାତ ପାଇଁ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନାର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଆଜି ପର୍ଯ୍ୟନ୍ତଏହି ଯୋଜନା ଅଧୀନରେ
ପ୍ରାୟ 43,874 କୋଟି ନିବେଶ
କରାଯାଇଛି ଏବଂ 13,000 ରୁ ଅଧିକ ଲୋକଙ୍କୁ
ନିଯୁକ୍ତି ଦିଆଯାଇଛି।ଇସ୍ପାତ ମନ୍ତ୍ରଣାଳୟ ଅନୁଯାୟୀଏହି ଯୋଜନାରେ 22 ପ୍ରକାରର ଉତ୍ପାଦ ଅନ୍ତର୍ଭୁକ୍ତ, ଯେପରିକି ସୁପରଏଲୟ, ସିଆରଜିଓ, ଅଲାୟ ଫୋର୍ଜିଂ, ଷ୍ଟେନଲେସ୍ ଷ୍ଟିଲ୍
(ଲଙ୍ଗ ଏବଂ ଫ୍ଲାଟ୍), ଟାଇଟେନିୟମ୍ ଅଲାୟ
ଏବଂ କୋଟେଡ ଷ୍ଟିଲ । ସେଥିମଧ୍ୟରୁ 4% ରୁ 15% ପର୍ଯ୍ୟନ୍ତ ପ୍ରୋତ୍ସାହନ
ପ୍ରଯୁଜ୍ୟ ହେବ,ଯାହା ଚଳିତ ବର୍ଷ 2025-26 ଆର୍ଥିକ ବର୍ଷରୁ
ଆରମ୍ଭ କରି ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ ଲାଗୁ ହେବ । ପ୍ରୋତ୍ସାହନ ଦେୟ 2026-2027ରୁ ଆରମ୍ଭ
ହେବ।ସରକାର ମୂଲ୍ୟ ନିର୍ଦ୍ଧାରଣ ପାଇଁ ମୂଳ ବର୍ଷକୁ ବର୍ତ୍ତମାନ 2024-2025 କରାଯାଇଛି, ଯାହା
ଦ୍ଵାରା ବର୍ତ୍ତମାନର ମାର୍କେଟ ଟ୍ରେଡ ଏବଂ ଶିଳ୍ପ ଆବଶ୍ୟକତାକୁ ମନେ ରଖାଯାଇପାରିବ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା