ବିହାର ନିର୍ବାଚନ 2025- ପ୍ରଥମ ପର୍ଯ୍ୟାୟରେ 18 ଜିଲ୍ଲାର 121 ସିଟରେ ନଭେମ୍ବର 6ରେ ମତଦାନ
ପାଟଣା, 4 ନଭେମ୍ବର (ହି.ସ.)ବିହାର ବିଧାନସଭା ନିର୍ବାଚନ–2025ର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ 6 ନଭେମ୍ବରରେ 18ଟି ଜିଲ୍ଲାର 121ଟି ଆସନରେ ହେବ। ଆଜି ସନ୍ଧ୍ୟା 5ଟା ପରେ ଏହି 121ଟି ଆସନରେ ନିର୍ବାଚନ ପ୍ରଚାର ଶେଷ ହେବ। ଏହିଥର ଦରଭଙ୍ଗା, ମୁଙ୍ଗେର ଓ ପାଟଣା ପ୍ରମ
ବିହାର ନିର୍ବାଚନ 2025- ପ୍ରଥମ ପର୍ଯ୍ୟାୟରେ 18     ଜିଲ୍ଲାର 121 ସିଟରେ ନଭେମ୍ବର 6ରେ ମତଦାନ


ପାଟଣା, 4 ନଭେମ୍ବର (ହି.ସ.)ବିହାର ବିଧାନସଭା

ନିର୍ବାଚନ–2025ର ପ୍ରଥମ ପର୍ଯ୍ୟାୟ

ଭୋଟଗ୍ରହଣ 6 ନଭେମ୍ବରରେ 18ଟି ଜିଲ୍ଲାର 121ଟି ଆସନରେ ହେବ। ଆଜି ସନ୍ଧ୍ୟା 5ଟା ପରେ ଏହି

121ଟି ଆସନରେ ନିର୍ବାଚନ ପ୍ରଚାର ଶେଷ ହେବ। ଏହିଥର ଦରଭଙ୍ଗା,

ମୁଙ୍ଗେର ଓ ପାଟଣା ପ୍ରମଣ୍ଡଳର କିଛି ଆସନ ହାଇ-ପ୍ରୋଫାଇଲ୍

ହୋଇପଡ଼ିଛି। ବିଶେଷକରି ତାରାପୁର, ଅଲୀନଗର,ସରାୟରଞ୍ଜନ, ମୋକାମା ଓ ଲଖିସରାୟ

ଆସନ ଉପରେ ସମସ୍ତଙ୍କ ନଜର ରହିଛି। 2020ର ବିଧାନସଭା ନିର୍ବାଚନରେ ଏହି ତିନୋଟି ପ୍ରମଣ୍ଡଳରେ ଏନଡିଏ

ମେଂଟ ଉପରେ ସ୍ପଷ୍ଟ ଅଗ୍ରଗତି ରଖିଥିଲା।

ପ୍ରଥମ ପର୍ଯ୍ୟାୟରେ ପାଟଣା,

ଭୋଜପୁର, ବକ୍ସର,

ଗୋପାଳଗଞ୍ଜ, ସିଓଆନ,

ସାରଣ, ମୁଜଫଫରପୁର,

ବୈଶାଳୀ, ଦରଭଙ୍ଗା,

ସମସ୍ତିପୁର, ମଧେପୁରା,

ସହରସା, ଖଗଡ଼ିଆ,

ବେଗୁସରାୟ, ମୁଙ୍ଗେର,

ଲଖିସରାୟ, ଶେଖପୁରା ଓ

ନାଳନ୍ଦା ଜିଲ୍ଲାର ବିଧାନସଭା ଆସନରେ ଭୋଟ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande