କାର୍ତିକ ପୂର୍ଣ୍ଣିମା ପାଇଁ ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ ଚଳାଚଳ
ଭୁବନେଶ୍ୱର, ୦୪ ନଭେମ୍ବର (ହି.ସ)- କାର୍ତିକ ପୂର୍ଣ୍ଣିମା ଅବସରରେ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ ଚଳାଚଳ କରାଯାଉଛି । ୦୮୪୧୭ ବ୍ରହ୍ମପୁର–ପୁରୀ ପାସେଞ୍ଜର ବିଶେଷ ଟ୍ରେନ ୦୪.୧୧.୨୦୨୫ (ମଙ୍ଗଳବାର) ରାତି ୮ଘ.୩୫ମି.ରେ ବ୍ରହ
କାର୍ତିକ ପୂର୍ଣ୍ଣିମା ପାଇଁ ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ ଚଳାଚଳ


ଭୁବନେଶ୍ୱର, ୦୪ ନଭେମ୍ବର (ହି.ସ)- କାର୍ତିକ ପୂର୍ଣ୍ଣିମା ଅବସରରେ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ ଚଳାଚଳ କରାଯାଉଛି । ୦୮୪୧୭ ବ୍ରହ୍ମପୁର–ପୁରୀ ପାସେଞ୍ଜର ବିଶେଷ ଟ୍ରେନ ୦୪.୧୧.୨୦୨୫ (ମଙ୍ଗଳବାର) ରାତି ୮ଘ.୩୫ମି.ରେ ବ୍ରହ୍ମପୁରରୁ ଛାଡି ମଧ୍ୟରାତ୍ରି ପରେ ୦୧ଘ.୩୦ମି.ରେ ପୁରୀ ଠାରେ ପହଞ୍ଚିବ । ୦୮୪୧୮ ପୁରୀ–ବ୍ରହ୍ମପୁର ପ୍ୟାସେଞ୍ଜର ବିଶେଷ ଟ୍ରେନ ୦୫.୧୧.୨୦୨୫ ବୁଧବାର ଭୋର ୦୩ ଘଟିକାରେବ୍ୟପାସ୍ରେ ପୁରୀରୁ ବ୍ରହ୍ମପୁର ଯାତ୍ରା କରିବ । ଅନ୍ୟ ଏକ ବିଶେଷ ଟ୍ରେନ ୦୮୪୪୮ ପୁରୀ–ବ୍ରହ୍ମପୁର ପ୍ୟାସେଞ୍ଜର ବିଶେଷ ଟ୍ରେନ ୦୬.୧୧.୨୦୨୫ (ଗୁରୁବାର) ସକାଳ ୦୫ ଘଟିକାରେ ପୁରୀରୁ ବ୍ରହ୍ମପୁର ଯାତ୍ରା କରିବ ।

ଏହି ଯାତ୍ରୀବାହୀ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ବ୍ରହ୍ମପୁର ଏବଂ ପୁରୀ ମଧ୍ୟରେ ଖୋର୍ଦ୍ଧା ରୋଡ୍ ଜଙ୍କସନକୁ ବାଇପାସ କରି ଜଗନ୍ନାଥପୁର, ଛତ୍ରପୁର, ଗଞ୍ଜାମ, ହମ୍ମା, ରମ୍ଭା, ଖଲ୍ଲିକୋଟ , ଚିଲିକା, ବାଲୁଗାଁ, ଗଙ୍ଗାଧରପୁର, କୁହୁଡ଼ି, କାଳୁପଡାଘାଟ, ଭୁଷଣ୍ଡପୁର, ନିରାକାରପୁର, ତାପଙ୍ଗ, କାଇପଦର ରୋଡ, ହରିପୁରଗ୍ରାମ, ମୋଟାରି, କଣାସ ରୋଡ଼, ବୀରପୁରୁଷୋତ୍ତମପୁର ଏବଂ ମାଳତୀପାଟପୁର ଆଦି ଷ୍ଟେସନରେ ରହଣି କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande