
ଭୁବନେଶ୍ୱର, 5 ନଭେମ୍ବର (ହି.ସ.)- ବିଶ୍ବ
ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଆଜିଠାରୁ ଆରମ୍ଭ ହେଉଛି। ଏସିଆ ମହାଦେଶ ଏହି ସର୍ବବୃହତ
ମୁକ୍ତାକାଶ ବାଣିଜ୍ୟ ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ। ଚଳିତଥର
ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦିଆଯିବା ସହ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର କରାଯିବ। ପ୍ରଥମ
ଥର ପାଇଁ ବାଲିଯାତ୍ରାରେ ଇଣ୍ଡୋନେସିଆ ସହଭାଗୀ ରାଷ୍ଟ୍ର ଭାବେ ଭାଗ ନେବ। ସେମାନଙ୍କର କଳା
ସଂସ୍କୃତି ସହ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ବତନ୍ତ୍ର ପ୍ରଦର୍ଶନୀ ହେବ। ଉଦ୍ଘାଟନୀ
କାର୍ଯ୍ୟକ୍ରମରେ ଇଣ୍ଡୋନେସିଆର ଏକ ସ୍ବତନ୍ତ୍ର ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା