
ଭୁବନେଶ୍ୱର, 5 ନଭେମ୍ବର (ହି.ସ.)- ବିଶ୍ୱପ୍ରସିଦ୍ଧ
କଟକ ବାଲିଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପତି । ଏନେଇ ସୋସିଆଲ
ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସଂସ୍କୃତିକ
ଐତିହ୍ୟକୁ ଉଜାଗର କରୁଥିବା ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ
ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପରମ୍ପରା ଓଡ଼ିଶାର ଗର୍ବ ଓ ସଂସ୍କୃତିର ଜୀବନସ୍ପନ୍ଦନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା