
କେନ୍ଦୁଝର, 6 ନଭେମ୍ବର (ହି.ସ.)ସ୍ଥାନୀୟ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜିଠାରୁ ୬୯ ତମ ରାଜ୍ୟ ଖୋ ଖୋ ପ୍ରତିଯୋଗିତା ଆରମ୍ଭ ହୋଇଛି। ୧୪ ରୁ ୧୭ ବର୍ଷ ବାଳକ ଓ ବାଳିକା ବର୍ଗ ମଧରେ ହେବାକୁ ଥିବା ଏହି ଖେଳ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜିର ଉଦଘାଟନୀ ସମାରୋହରେ କେନ୍ଦୁଝରଗଡ ପୌରପାଳିକା ଅଧ୍ୟକ୍ଷା ନିକୂ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ଓ ଶିକ୍ଷା ବିଭାଗର ବହୁ ଅଧିକାରୀ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA