
୧୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ଅଧିବେଶନ, ନିତିନ ଗଡକରି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କରିବେ ଉଦ୍ଘାଟନ
ଭୁବନେଶ୍ୱର, 7 ନଭେମ୍ବର (ହି.ସ.)ଭାରତୀୟ ସଡ଼କ କଂଗ୍ରେସ ର ୮୪ତମ ବାର୍ଷିକ ଅଧିବେଶନ ୭ ରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମୈଦାନ ଠାରେ ଆୟୋଜିତ ହେବ। ଏଥିରେ ଦେଶ ଓ ବିଦେଶରୁ ମୋଟ ତିନି ହଜାର ପାଂଚ ଶହ ପ୍ରତିନିଧି ଅଂଶଗ୍ରହଣ କରିବେ। ୧୦ ନଭେମ୍ବର ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିବେ ।ଏହି ସୂଚନା ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମେଳନରେ ରାଜ୍ୟର ଆଇନ ଓ ପୂର୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦେଇଛନ୍ତି ।
ସେ କହିଥିଲେ ଯେ, ଏହି ବାର୍ଷିକ ସମ୍ମେଳନ ଦେଶର ସଡ଼କ ଇଞ୍ଜିନିୟରମାନେ, ନୀତି ନିର୍ଦ୍ଧାରକ, ଗବେଷକ, ଶିଳ୍ପ ତଥା ଶିକ୍ଷାଜଗତର ଅଭିଜ୍ଞମାନଙ୍କ ପାଇଁ ଏକ ସାଧାରଣ ମଞ୍ଚ ଯେଉଁଠାରେ ସେମାନେ ସଡ଼କ ଭିତିଭୂମିର ବିକାଶ ସମ୍ବନ୍ଧୀୟ ଚ୍ୟାଲେଞ୍ଜ ଓ ପ୍ରାଯୁକ୍ତିକ ଉନ୍ନତି ଉପରେ ଆଲୋଚନା ହେବ ଏହି ବର୍ଷର ଅଧିବେଶନର ମୁଖ୍ୟ ବିଷୟ ହେଉଛି — “ରାଜପଥ ପ୍ରଯୁକ୍ତି ଓ ନୀତିରେ ପ୍ରମୁଖ ଅଗ୍ରଗତି”।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ