ସ୍ବାମୀ ସ୍ତ୍ରୀ ମଧ୍ୟରେ କଳହ କାରଣରୁ ସ୍ତ୍ରୀ ବିଷ ପିଇ ଜୀବନ ହାରିଲା
କେନ୍ଦୁଝର, 6 ନଭେମ୍ବର (ହି.ସ.) ଘଟଗାଁ ଥାନା ନଳବିଲା ପଞ୍ଚାୟତ ଅନ୍ତର୍ଗତ ନେବାରୁ ଟିବି କୁଣ୍ଡାପିଠା ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ସ୍ବାମୀ ସ୍ତ୍ରୀ କଳହରେ ଶେଷରେ ସ୍ତ୍ରୀ ବିଷପିଇ ଆତ୍ମହତ୍ୟା କରିବା ପରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବାଉରୀ ମୁଣ୍ଡାର ସ୍ତ୍ରୀ ମେଞ୍ଜା ମୁଣ୍ଡା (୨
ସ୍ବାମୀ ସ୍ତ୍ରୀ ମଧ୍ୟରେ କଳହ କାରଣରୁ ସ୍ତ୍ରୀ ବିଷ ପିଇ ଜୀବନ ହାରିଲା


କେନ୍ଦୁଝର, 6 ନଭେମ୍ବର (ହି.ସ.)

ଘଟଗାଁ ଥାନା ନଳବିଲା ପଞ୍ଚାୟତ ଅନ୍ତର୍ଗତ ନେବାରୁ ଟିବି କୁଣ୍ଡାପିଠା ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ସ୍ବାମୀ ସ୍ତ୍ରୀ କଳହରେ ଶେଷରେ ସ୍ତ୍ରୀ ବିଷପିଇ ଆତ୍ମହତ୍ୟା କରିବା ପରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବାଉରୀ ମୁଣ୍ଡାର ସ୍ତ୍ରୀ ମେଞ୍ଜା ମୁଣ୍ଡା (୨୮) ଜଣେ ରୋଗୀ। ସେ ତିନୋଟି ପିଲାର ମାଆ ମଧ୍ଯ ତେଣୁ ଅନେକ ସମୟ ଶାରୀରିକ ଓ ମାନସିକ ସମସ୍ୟା ଭିତରେ ରହୁଥୁଲା। ମଝିରେ ମଝିରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥ୍‌ଲା ଖବର ମିଳିଛି।

ଗତକାଲି ଉଭୟଙ୍କ ମଧ୍ୟରେ ଝଗଡା ପ୍ରବଳ ହୋଇଥିଲା। ଫଳରେ ସ୍ତ୍ରୀ ମେଞ ମୁଣ୍ଡା ରାଗରେ ବିଷପିଇ ଦେଇଥିଲା । ତା'କୁ ପ୍ରଥମେ ଘଟଗାଁ ଓ ପରେ ପରେ ଗୁରୁତର ତର ହେବାରୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେଠାରେ ତାର ମୃତ୍ୟୁ ଘଟିଛି। ଏ ସଂକ୍ରାନ୍ତରେ ତା ସ୍ବାମୀ ଲିଖୂତ ଆକାରରେ ଥାନାରେ ଜଣାଇବା ପରେ ଥାନା ଅଧୂକାରୀ ଶୁଭ୍ରାନ୍ତ କୁମାର ଜେନା ଏକ ଅପମୃତ୍ୟୁ ମା ରୁଜୁ କରି ଶବ ପୋଷ୍ଟମର୍ଟମ କରାଇ ଶବକୁ ପରିବାର ଲୋକକୁ ହସ୍ତାନ୍ତର କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande