
ଭଦ୍ରକ, ୬ ନଭେମ୍ବର (ହି.ସ.) - ଓଡିଶା ଏକ କୃଷିପ୍ରଧାନ ରାଜ୍ୟ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ହିତରେ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି । ତୃଣମୂଳ ସ୍ତରରେ ଏହି ଯୋଜନାକୁ ପହଚାଂଇବାକୁ ହେଲେ ଅଧିକାରୀ ଓ ଚାଷୀଙ୍କ ମଧ୍ୟରେ ଥିବା ଦୂରତାକୁ କମାଇବାକୁ ପଡିବ ବୋଲି ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ପରିସରରେ ଆୟୋଜିତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମତପ୍ରକାଶ କରିଛନ୍ତି । ବ୍ଲକ୍ ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ ଡ. ଅନୁଶ୍ରୀ ମିଶ୍ରଙ୍କ ମଂଚ ସଂଯୋଜନାରେ ସାଂସଦ କହିଲେ, ସରକାର ଚାଷୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି,ମାତ୍ର ବିଭାଗୀୟ ଅଧିକାରୀଙ୍କ ନିଷ୍ଠା ଓ ପ୍ରଚେଷ୍ଟା ରହିଲେ ଚାଷୀ ମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ । ମୁଖ୍ୟବକ୍ତା ଭାବେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ସରକାରଙ୍କ ବିଭିନ୍ନ ଯୋଜନା ଓ ଋଣ ଛାଡ ଉପରେ କହି ସୁବିଧା ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ତାଙ୍କ ବକ୍ତବ୍ୟରେ ଜିଲ୍ଲା ସ୍ତରରେ ପାଳନ କରାଯାଉଥିବା ଏହି କାର୍ଯ୍ୟକ୍ରମ ଏବେ ବ୍ଲକ ସ୍ତରରେ ଚାଲିଛି, ଆଗକୁ ପଚାଂୟତ ସ୍ତରରେ କରାଯାଇ ଚାଷୀ ମାନଙ୍କୁ ସଚେତନତା କରାଯିବ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ.ହୃଷିକେଷ ବେହେରା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଜବର ସେଠୀ କହିଲେ, ମାଟିର ଗୁଣବତା ବଜାଇ ରଖିବା ସହ ଧାନ,ମାଛ, ଗାଈ ଚାଷ ଉପରେ ମତ ରଖିଥିଲେ । ଏଥିସହ ମାଣ୍ଡିଆ ଚାଷକୁ ଗୁରୁତ୍ୱାରୋପ କରିଥିଲେ ।ଜିଲ୍ଲା ମସ୍ୟ ଅଧିକାରୀ ଅମର କୁମାର ସାହୁ, ବ୍ଲକ ଗୋଷ୍ଠୀଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତ, ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚାଷୀ ମାନେ ସମସ୍ତ ବିଷୟରେ ଜାଣିବା, କାର୍ଯ୍ୟ କ୍ଷେତ୍ରରେ ଲଗାଇବା ଓ ଆଗକୁ ବଢିବା ସହ ଆତ୍ମ ନିର୍ଭରଶୀଳ ହୋଇ ପାରିଲେ ସରକାରଙ୍କ ଲକ୍ଷ୍ୟ ଉଦ୍ଦେଶ୍ୟ ସାଧିତ ହୋଇ ପାରିବ ବୋଲି କହିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା ସଫଳ ଚାଷୀ ଗୋପାଳକ ସସ୍ମିତା ଦାସ, ଘୁଷୁରୀ ଓ ଛେଳୀ ଚାଷୀ ଉଦୟନାଥ କର, କୁକୁଡା ଚାଷୀ ରଶ୍ମିବାଳା ଦାସ, ମାଛ ଚାଷୀ ଧରଣୀଧର ସାମଲ, ମାନସୀ ସାହୁ, ବିବେକାନନ୍ଦ ଜେନା,ମା ପଶ୍ଚିମା, ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରମାଣପତ୍ର ଓ ଟ୍ରଫି ଦିଆଯାଇ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଅତିଥି ମାନେ ପ୍ରଦର୍ଶନ ଷ୍ଟଲ୍ ଗୁଡିକୁ ବୁଲି ଦେଖିôବା ସହ ସଚେତନତା ପାଲା ପରିବେଷଣ କରାଯାଇଥିଲା । ବ୍ଲକ୍ ସହକାରୀ ମତ୍ସ୍ୟ ଅଧିକାରୀ ଗିତାଞ୍ଜଳୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଯୋଗମାୟା ସିଂହଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ଲକ୍ ଭ୍ରାମ୍ୟମାଣ ପ୍ରାଣି ଚିକିତ୍ସାଧିକାରୀ ଡ. ମୋନାଲିସା ପ୍ରଧାନ,ଆଗରପଡା ପ୍ରାଣୀ ଚିକିତ୍ସାଧିକାରୀ ଡ.ଲିଜାରାଣୀ ପାଢୀ, ପ୍ରାଣିଧନ ନିରୀକ୍ଷକ ପ୍ରିୟବ୍ରତ ରାଉତ, କୃଷ୍ଣ ଚନ୍ଦ୍ର ଲେଙ୍କା, ସୋମନାଥ ନାୟକ, ସଞ୍ଜୟ କୁମାର ଜେନା, ରାଜେଶ ବିଶ୍ୱାଳ, ଶଶିକାନ୍ତ ନାୟକ, କାହ୍ନୁ ଚରଣ ମିଶ୍ର ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସକାଳେ ସାଂସଦ ଶ୍ରୀ ସେଠୀଙ୍କୁ ବିଜେପି କାର୍ଯ୍ୟାଳୟ ଠାରୁ ଦଳର ଭଣ୍ଡାରିପୋଖରୀ ବିଧାନସଭା ନେତା ଡ. ସୁଧାଂଶୁ ଶେଖର ନାୟକ, ଯୁବନେତୃତ୍ୱ ସେନ୍ତୋଷ ନାୟକ, ବରଡେଶ୍ୱର ମଣ୍ଡଳ ସଭାପତି ଇ.ପ୍ରମୋଦ ଜେନା , ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ପୂର୍ବତନ ସରପଚଂ କୃପାସିନ୍ଧୁ ସେଠୀ, ଆନନନ୍ଦ ଚନ୍ଦ୍ର ସାହୁ ପ୍ରମୁଖଙ୍କ ନେତୃତ୍ୱରେ ବ୍ଲକ୍ ପରିସରକୁ ପାଚ୍ଛୋଟି ଅଣାଯାଇଥିଲା । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ