ଡ଼ଃ ଅଶୋକ ମହାପାତ୍ର ଥିଲେ ତ୍ୟାଗ, ନିଷ୍ଠା ଓ ସ୍ୱାଭିମାନର ପ୍ରତୀକ
ଭଦ୍ରକ, ୬ ନଭେମ୍ବର (ହି.ସ.) - ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାର ଆସୋସିଏସନର ପୂର୍ବତନ ସଭାପତି ତଥା ସାରୋସ୍ଥିତ ଉଚ୍ଚ ବିଦ୍ୟାଳୟ , ଚିକିତ୍ସାଳୟ ,ଦେବାଳୟ ଆଦିର ପ୍ରତିଷ୍ଠାତା ଡ଼ଃ ଅଶୋକ କୁମାର ମହାପାତ୍ର ଥିଲେ ତ୍ୟାଗ, ନିଷ୍ଠା ଓ ସ୍ୱାଭିମାନର ପ୍ରତୀକ। ତାଙ୍କ ଭିତରେ ଥିବା ଉଦ୍ଦାମତା ଓ ମାନବବାଦର ଚିନ୍ତା
ASHOK MOHAPATRA SWABHIMAN RA PRATIKA


ଭଦ୍ରକ, ୬ ନଭେମ୍ବର (ହି.ସ.) - ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାର ଆସୋସିଏସନର ପୂର୍ବତନ ସଭାପତି ତଥା ସାରୋସ୍ଥିତ ଉଚ୍ଚ ବିଦ୍ୟାଳୟ , ଚିକିତ୍ସାଳୟ ,ଦେବାଳୟ ଆଦିର ପ୍ରତିଷ୍ଠାତା ଡ଼ଃ ଅଶୋକ କୁମାର ମହାପାତ୍ର ଥିଲେ ତ୍ୟାଗ, ନିଷ୍ଠା ଓ ସ୍ୱାଭିମାନର ପ୍ରତୀକ। ତାଙ୍କ ଭିତରେ ଥିବା ଉଦ୍ଦାମତା ଓ ମାନବବାଦର ଚିନ୍ତାଧାରା ତାଙ୍କୁ କେବଳ ଜଣେ ସଫଳ ଆଇନଜୀବି ବ୍ୟତୀତ ସମାଜ କଲ୍ୟାଣକାରୀ ବ୍ୟକ୍ତିତ୍ୱ ଭାବେ ପ୍ରତିଷ୍ଠା ଦେଇଛି ବୋଲି ତାଙ୍କ ପଂଚମ ବାର୍ଷିକ ସ୍ମୃତିଚାରଣ ସଭାରେ ଯୋଗ ଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।ଗୁରୁବାର ଦିନ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ୟାମସୁନ୍ଦର ମହାପାତ୍ର ବିଦ୍ୟାନିକେତନ ଠାରେ ପ୍ରଧାନଶିକ୍ଷକ ମନୋରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ଶିଳ୍ପୀ ନାରାୟଣ ଚନ୍ଦ୍ର ସେନାପତି, ମୁଖ୍ୟବକ୍ତା ଭାବେ ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରା,ସମ୍ମାନିତ ଅତିଥି ଓ ବକ୍ତା ଭାବେ ଡ଼ଃ ସନ୍ତୋଷ କୁମାର ମହାପାତ୍ର,'ଅଞ୍ଜଳି'ର ସମ୍ପାଦକ ପ୍ରକାଶ ମହାପାତ୍ର, ନାରାୟଣ ଚନ୍ଦ୍ର ଭାରତୀ,ଶାରଦା ବିଦ୍ୟାମନ୍ଦିରର ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ର,ପ୍ରକୃତିବନ୍ଧୁ ବୈକୁଣ୍ଠନାଥ ବିଶ୍ୱାଳ,ଗଜେନ୍ଦ୍ର ସାହୁ, ଅକ୍ଷୟ ଜେନା, ଜଗବନ୍ଧୁ ସେଠୀ, ପ୍ରମୁଖ ଡ଼ଃ ମହାପାତ୍ରଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ। ବିଦ୍ୟାଳୟର ଶିକ୍ଷକମାନଙ୍କ ସମେତ ଛାତ୍ରଛାତ୍ରୀମାନେ ମଧ୍ୟ ସ୍ମୃତିଚାରଣ କରିଥିଲେ।ଏହି ଅବସରରେ ଶିଳ୍ପୀ ନାରାୟଣ ସେନାପତିଙ୍କୁ 'ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ସମ୍ମାନ' ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଶିକ୍ଷକ ଅକ୍ଷୟ କୁମାର ମହାପାତ୍ର ଅତିଥି ପରିଚୟ ଓ ସନ୍ତୋଷ କୁମାର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।ଶିକ୍ଷକ ପ୍ରଶାନ୍ତ କୁମାର ନାୟକ, ସୁନିଲ ସାହୁ,ମାନସ ଶତପଥୀ,ନିରାକାର ତ୍ରିପାଠୀ, ସନ୍ତୋଷ ପଣ୍ଡା, ଜିତେନ୍ଦ୍ର ପଣ୍ଡା, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପ୍ରାରମ୍ଭରେ ଡ଼ଃ ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।କାର୍ଯ୍ୟକ୍ରମରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande