“ବନ୍ଦେ ମାତରମ୍”ର 150 ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 7 ନଭେମ୍ବର (ହି.ସ.)- “ବନ୍ଦେ ମାତରମ୍”ର 150 ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, “ବନ୍ଦେ ମାତରମ୍”ର ୧୫୦ତମ
“ବନ୍ଦେ ମାତରମ୍”ର 150 ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ     ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 7 ନଭେମ୍ବର (ହି.ସ.)- “ବନ୍ଦେ ମାତରମ୍”ର 150 ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ, “ବନ୍ଦେ

ମାତରମ୍”ର ୧୫୦ତମ

ବାର୍ଷିକୀ ଆମର ଜାତୀୟ ଆତ୍ମଗୌରବ ଓ ସାଂସ୍କୃତିକ ଚେତନାର ଏକ ଏମିତି ଅବସର ଯାହା ପ୍ରତ୍ୟେକ

ଭାରତୀୟଙ୍କ ହୃଦୟରେ ଭାରତ ମାତା ପ୍ରତି ଅତୁଟ ପ୍ରେମକୁ ପୁନର୍ଜାଗୃତ କରେ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଏହି ଅମର ସୃଷ୍ଟି ସ୍ୱାଧୀନତା

ଆନ୍ଦୋଳନ ସମୟରେ ଯେପରି ଶକ୍ତି ଓ ଏକତାର ଉତ୍ସ ହୋଇଥିଲା, ସେହି ପ୍ରେରଣା ଆଜି ମଧ୍ୟ ଆମକୁ ଜାତୀୟ

ଧର୍ମ ଓ କର୍ତ୍ତବ୍ୟ ପରାୟଣତାର ପଥ ଦେଖାଏ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ “ବିକଶିତ ଭାରତ” ର ସଂକଳ୍ପ ସହିତ ଯେ ଦ୍ରୁତ ଗତିରେ

ଆଗେଇଯାଉଛି, ସେଥିରେ “ବନ୍ଦେ ମାତରମ୍”ର ଏହି ଭାବନା ଆମ ସାମୂହିକ ଚେତନାକୁ

ଆହୁରି ଶକ୍ତିଶାଳୀ କରେ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହି ଐତିହାସିକ ଅବସର ଆମକୁ ଏହି ସଂକଳ୍ପ ନେବାକୁ ଆହ୍ୱାନ

କରେ ଯେ, ରାଷ୍ଟ୍ରହିତ, ରାଷ୍ଟ୍ରନୀତି

ଓ ରାଷ୍ଟ୍ରସେବା ଆମର ପ୍ରାଥମିକତାରେ ସର୍ବୋପରି ରହିବ ଏବଂ ଆମେ ନୂଆ ଭାରତ ଗଠନରେ ନିଜର ଗୁରୁତ୍ୱପୂର୍ଣ୍ଣ

ଭୂମିକା ନିର୍ବାହ କରିବାକୁ ଅଗ୍ରସର ହେବୁ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆସନ୍ତୁ, ଏହି ଅମର ଜାତୀୟ ଗୀତର ରାଷ୍ଟ୍ରବ୍ୟାପୀ ସ୍ମରଣୋତ୍ସବରେ ଏହାର

ସମ୍ପୂର୍ଣ୍ଣ ସଂସ୍କରଣର ସାମୂହିକ ଗାୟନ କରିବା, ଯାହା ଦ୍ୱାରା ସାଂସ୍କୃତିକ ଆତ୍ମଜାଗୃତିର ଏକ

ପ୍ରଦୀପ ଜଳିଉଠିବ ଏବଂ ଏହି ଗୀତ ନୂତନ ପିଢି ପାଇଁ ପ୍ରେରଣାର କେନ୍ଦ୍ର ହୋଇ ରହିବ। ବନ୍ଦେ

ମାତରମ୍! ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande