
କୋରେଇ, ୬ ନଭେମ୍ବର (ହି.ସ.)- ଯାଜପୁର ବ୍ଳକ ଅନ୍ତର୍ଗତ ଭୁବନେଶ୍ୱରପୁର ପଂଚାୟତ ଭଗତପୁର ଠାରେ ଜମୁନା ନଦୀକୂଳରେ ବିରାଜିତ ଶ୍ରୀ ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ପ୍ରାଂଗଣରେ କାର୍ତିକ ପୁର୍ଣ୍ଣିମା ଅବସରରେ ଶ୍ରୀ ଠାକୁରଙ୍କ ବାର୍ଷିକ ଯଜ୍ଞ ତଥା ନାମସଂଙ୍କିର୍ତନ ଅନୁଷ୍ଠିତ ହୋଇଛି । ୪ ଦିନ ବ୍ୟାପି କାର୍ଯ୍ୟକ୍ରମ ଯଥାରିତୀ ଅନୁଯାୟୀ କରାଯାଇଛି । ଉକ୍ତ ଉତ୍ସବରେ ଆଖପାଖ ଅଂଚଳର ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ସଦସ୍ୟ ଉପସ୍ଥିତ ରହି ସମୂହ ପ୍ରସାଦ ସେବନ କରାଇବା ଓ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ