
ସମ୍ବଲପୁର/ନୂଆପଡ଼ା, ୦୬ ନଭେମ୍ବର(ହି.ସ.) – ପ୍ରକୃତିର ବୃକ୍ଷରାଜି ମଧ୍ୟରେ ବର ଓ ଓଶ୍ୱସ୍ତ ଗଛର ଅନେକ ଔଷଧୀୟ ଗୁଣ ରହିଛି। ଏହା ପରିବେଶ ରକ୍ଷା ଓ ସନ୍ତୁଳନ ରକ୍ଷାରେ ଅନେକ ଉପକାର କରିଥାଏ। କିନ୍ତୁ ବିକାଶ ନା ରେ ଏହି ଗଛ ଗୁଡ଼ିକକୁ ମନ ମୁଖୀ କାଟି ଦିଆଯାଉଛି। ଏଭଳି ଗଛର ସୁରକ୍ଷା ପାଇଁ ରୁଜୁ ହୋଇଥିବା ମାମଲାକୁ କଟକ ହାଇକୋର୍ଟ ଗୁରୁତ୍ୱର ସହ ନେଇଛନ୍ତି।
ଏହି ଗଛକୁ କଟାନଯାଇ କିପରି ସୁରକ୍ଷିତ କରାଯାଇ ପାରିବ ସେ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି। ବୁର୍ଲା ଅଂଚଳର ଡ. ମମତା ଶୁକ୍ଲା ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍ଏସ୍ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣୀ ଆଜି ନଭେମ୍ବର ୬କୁ ଧାର୍ଯ୍ୟ ହୋଇଛି।
ଆବେଦନ କାରିଣୀ ଡ. ମମତା ଶୁକ୍ଲା ପିଟିସନରେ ଦର୍ଶାଇଛନ୍ତି ଯେ ବୁର୍ଲା ସହରରେ ରାସ୍ତା ପ୍ରଶସ୍ତିକରଣ ନାମରେ ବ୍ୟାପକ ସଂଖ୍ଯାରେ ବରଗଛ, ଓସ୍ତ ଗଛ ଏବଂ ଅନ୍ୟାନ୍ୟ ଗୁଡ଼ାଏ ଗଛ କାଟି ଦିଆଗଲା। ବର ଓ ଓଶ୍ୱସ୍ତ ଗଛ କେବଳ ଛାଇ ପ୍ରଦାନ କରି ନ ଥାଏ। ଏହା ଅନେକ ପକ୍ଷୀଙ୍କ ବାସସ୍ଥଳୀ ମଧ୍ୟ। ଗୋଟିଏ ଗୋଟିଏ ବରଗଛର ଆୟୁଷ ଶହେରୁ ଅଧିକ ବର୍ଷ। ଏହି ଗଛ ପରିବେଶର ଅନେକ ଉପକାର କରିଥାନ୍ତି। ଗୋଟେ ବରଗଛ ଓ ଓସ୍ତ ଯେତିକି ଅମ୍ଳଜାନ ପ୍ରଦାନ କରିଥାଏ ଛୋଟ ଛୋଟ ୫୦ ଟି ଗଛ ମଧ୍ୟ ବୋଧେ ସେତିକି ଅମ୍ଳଜାନ ଦେବାକୁ ସକ୍ଷମ ହୋଇ ନଥାନ୍ତି। କିନ୍ତୁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ନା ରେ ଏହି ସବୁ ୫୦ ରୁ ୧୦୦ ବର୍ଷର ଗଛ କୁ କାଟି ଦିଆଯାଉଛି। ଯଦି ଏହିଭଲି ଗଛଟାଏ ପୁଣିଥରେ ଉତାରି ବାକୁ ଚାହିଁ ବେ ତାହେଲେ ୫୦ ରୁ ୧୦୦ ବର୍ଷ ଅପେକ୍ଷା କରିବାକୁ ପଡିବ। ତେଣୁ ଏହି ଭଳି ଗଛ ଗୁଡ଼ିକକୁ କଟା ନ ଯାଇ ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା କରିବାର ଆବଶ୍ୟକତା ରହିଛି।ମାନ୍ୟବର ଉଚ୍ଚନ୍ୟାୟାଳୟ ମାମଲାକୁ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଆବେଦନ କାରିଣୀ ଡ. ମମତା ଶୁକ୍ଲା ପ୍ରାର୍ଥନା କରିଥିଲେ।ହାଇ କୋର୍ଟ ମାମଲା କୁ ଗୁରୁତ୍ୱ ର ସହ ଗ୍ରହଣ କରି ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ଙ୍କୁ ନିଯୁକ୍ତି କରିଛନ୍ତି କ୍ଷ ଏଥି ସହିତ ରାଜ୍ୟ ସରକାର ଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ଯ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।ଏହି ବିଷୟକୁ ନେଇ ବୁର୍ଲାରେ ପ୍ରତିକ୍ରିୟା ଦେଖାଦେଇଥିବା ବେଳେ ପରିବେଷବିତଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଛି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ