ଭାରତୀୟ ମହିଳା କ୍ରିକେଟ ଟିମ୍ ର ବିଶ୍ଵ ବିଜୟ ପାଇଁ ବିଜୟ ଦିବସ ପାଳନ
ବଲାଙ୍ଗିର, ୬ ନଭେମ୍ବର (ହି.ସ.)- ରାଷ୍ଟ୍ର ନିର୍ମାଣରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ପରିବାରର ପରିଚାଳନା କରିବା ସହ ଶିକ୍ଷା, ଖେଳ ଜଗତ, ରାଜନୀତି, ଅର୍ଥଶାସ୍ତ୍ର ଓ ସମାଜସେବା ପରି ସମସ୍ତ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଗୋଟିଏ ମା ରୂପରେ ଜଣେ ମହିଳ
ଭାରତୀୟ ମହିଳା କ୍ରିକେଟ ଟିମ୍ ର ବିଶ୍ୱ ବିଜୟ ପାଇଁ ବିଜୟ ଦିବସ ପାଳନ


ବଲାଙ୍ଗିର, ୬ ନଭେମ୍ବର (ହି.ସ.)- ରାଷ୍ଟ୍ର ନିର୍ମାଣରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ପରିବାରର ପରିଚାଳନା କରିବା ସହ ଶିକ୍ଷା, ଖେଳ ଜଗତ, ରାଜନୀତି, ଅର୍ଥଶାସ୍ତ୍ର ଓ ସମାଜସେବା ପରି ସମସ୍ତ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଗୋଟିଏ ମା ରୂପରେ ଜଣେ ମହିଳା ଶିଶୁକୁ ଉପଯୁକ୍ତ ସଂସ୍କାର ଦିଏ, ଗୋଟିଏ ପତ୍ନୀ ରୂପରେ ସେ ପରିବାରକୁ ସହଯୋଗ କରିଥାଏ ଓ ଗୃହିଣୀ ରୂପେ ଅର୍ଥ ବ୍ୟବସ୍ଥାରେ ଯୋଗଦାନ କରିଥାଏ । ଖେଳ ଜଗତରେ ବି ଆମ ଦେଶର ଝିଅମାନେ ସୁନାମ ଅର୍ଜନ କରିଛନ୍ତି । ଭାରତୀୟ ମହିଳା ଟିମ୍ ପ୍ରଥମ ରଥ ବିଶ୍ୱ ବିଜେତା ହୋଇ ଇତିହାସ ସୃଷ୍ଟି କରିଛି । ସୁନା ଝିଅଙ୍କ ଉପଲବ୍ଧି ଦେଶର ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ଭାରତୀୟ ମହିଳା କ୍ରିକେଟ ର ବିଶ୍ୱ ବିଜୟ ପାଇଁ ସ୍ୱାତି ସୁପର ସ୍ପେସାଲିଟି କ୍ଲିନିକ୍ ଏବଂ ବୈଭବ ମଲଟି ସ୍ପେସାଲିଟି କ୍ଲିନିକ୍ ତରଫରୁ ରାଧାରାଣୀପଡା ସ୍ଥିତ ସ୍ୱାତି ସୁପର ସ୍ପେସାଲିଟି କ୍ଲିନିକ୍ ପରିସରରେ କ୍ଲିନିକ୍ ର ମାଲିକ ମୁନା ଗୋୟଲ ଗୋଟିଏ ସୁନ୍ଦର ବିଜୟ ଦିବସ ପାଳନ କରିଥିଲେ ଓ ଏହି ଅବସରରେ କହିଲେ ଯେ, ଆମ ଦେଶର ସୁନା ଝିଅମାନେ ତାଙ୍କର ଲୁକ୍କାୟିତ ପ୍ରତିଭାକୁ ଉଜାଗର କରି ଦେଶର ପ୍ରଗତିରେ ସହଭାଗିତା ଦେବାରେ ଅଗ୍ରଣୀ ହୋଇଛନ୍ତି ଆଉ ଦେଶ ପାଇଁ ଗୌରବ ଆଣିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାରୱାଡି ମହିଳା ସମ୍ମେଳନର ଅଧ୍ୟକ୍ଷା ଲକ୍ଷ୍ମୀ ଅଗ୍ରୱାଲ ଉପସ୍ଥିତ ରହି ଭାରତୀୟ ମହିଳା କ୍ରିକେଟ ଖେଳାଳୀଙ୍କୁ ଶୁଭକାମନା ଦେଇ କହିଥିଲେ ଯେ, ସେମାନେ ଦେଶ ପାଇଁ ଗୌରବ ଆଣିଛନ୍ତି । ନାରୀମାନେ କୌଣସି କ୍ଷେତ୍ରରେ କମ ନୁହଁନ୍ତି, ଆଜି ଭାରତର ସର୍ବୋଚ୍ଚ ଆସନରେ ଜଣେ ନାରୀ ଆସୀନ ହୋଇଛନ୍ତି । ଏହି ସଭାକୁ ବଳରାମ ମିଶ୍ର ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande