ମା ବଜ୍ରମହାକାଳୀ ଯୁବକସଂଘ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ
କେନ୍ଦ୍ରାପଡା, ୬ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ମା ବଜ୍ରମହାକାଳୀ ଯୁବକ ସଂଘ ପକ୍ଷରୁ ୨୮ତମ ବୋଇତ ବନ୍ଦାଣ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ସଭାପତି ସରୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତଏହି କାର୍ଯ୍ୟକ୍ରମରେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ପ
---------ମାବଜ୍ରମହାକାଳୀ ଯୁବକସଂଘ ପକ୍ଷରୁବୋଇତବନ୍ଦାଣଉତ୍ସବ ।


କେନ୍ଦ୍ରାପଡା, ୬ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ମା ବଜ୍ରମହାକାଳୀ ଯୁବକ ସଂଘ ପକ୍ଷରୁ ୨୮ତମ ବୋଇତ ବନ୍ଦାଣ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ସଭାପତି ସରୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତଏହି କାର୍ଯ୍ୟକ୍ରମରେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ପୂର୍ବରୁ ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗୀତା କରାଯାଇଥିଲା । ଏଥିରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବରିଷ୍ଠ ସମାଜସେବୀ ଚିତ୍ତରଞ୍ଜନ ନାୟକ, ଅରକ୍ଷିତ ପଟ୍ଟନାୟକ, ପ୍ରାଣକୃଷ୍ଣ ଦାସ, ପ୍ରାର୍ଥସାରଥୀ ନାୟକ, ସାରଦା ପ୍ରସନ୍ନ ଦାସ, ବଳରାମ ସ୍ୱାଇଁଙ୍କ ସହିତ ସଂଘର ସଭ୍ୟ/ସଭ୍ୟା ଓ ସ୍ଥାନୀୟ ଅଂଚଳର ବୁଦ୍ଧିଜିବୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମଟି ପଂଚାୟତରେ ଦୁଇଦିନ ଧରି ଚାଲିବ ବୋଲି ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande