ଜୟପୁର ଦଶହରା ପଡ଼ିଆ ଠାରେ କୋରାପୁଟ ଜିଲ୍ଲା ଇଂଟର ସ୍କୁଲ କ୍ରିକେଟ ଚୟନ ପ୍ରକିୟା ଆରମ୍ଭ
ଜୟପୁର, ୦୬ ନଭେମ୍ବର(ହି.ସ.) – ଜୟପୁର ଦଶହରା ପଡ଼ିଆ ଠାରେ କୋରାପୁଟ ଜିଲ୍ଲା ଇଂଟର ସ୍କୁଲ କ୍ରିକେଟ ଚୟନ ପ୍ରକିୟା ଆରମ୍ଭ ହୋଇଛି। ଏହି ଚୟନ ପ୍ରକିୟାରେ ଯୋଗ୍ୟ ବିବେଚିତ ହେବା ଟିମ ଆସନ୍ତା ୨୦ ତାରିଖରେ କଟକ ଠାରେ ହେବାକୁ ଥିବା ଇଣ୍ଟର ସ୍କୁଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ। ଆଜି ଚୟନ ପ୍ରକିୟାରେ କୋରା
ଜୟପୁର ଦଶହରା ପଡ଼ିଆ  ଠାରେ କୋରାପୁଟ ଜିଲ୍ଲା ଇଣ୍ଟର ସ୍କୁଲ କ୍ରିକେଟ ଚୟନ ପ୍ରକିୟା ଆରମ୍ଭ


ଜୟପୁର, ୦୬ ନଭେମ୍ବର(ହି.ସ.) – ଜୟପୁର ଦଶହରା ପଡ଼ିଆ ଠାରେ କୋରାପୁଟ ଜିଲ୍ଲା ଇଂଟର ସ୍କୁଲ କ୍ରିକେଟ ଚୟନ ପ୍ରକିୟା ଆରମ୍ଭ ହୋଇଛି। ଏହି ଚୟନ ପ୍ରକିୟାରେ ଯୋଗ୍ୟ ବିବେଚିତ ହେବା ଟିମ ଆସନ୍ତା ୨୦ ତାରିଖରେ କଟକ ଠାରେ ହେବାକୁ ଥିବା ଇଣ୍ଟର ସ୍କୁଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ। ଆଜି ଚୟନ ପ୍ରକିୟାରେ କୋରାପୁଟ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୭୫ ଜଣ ଖେଳାଳୀ ଭାଗ ନେଇଥିଲେ। ଚୟନ କମିଟିର କର୍ମକର୍ତା ବାବୁଲା ରାଉତ, ବାପି ପରିଡା ଓ ବଳରାମ ପାଣିଗ୍ରାହୀ ଉପସ୍ଥିତ ରହି ୬୦ ଜଣ ଖେଳାଳିଙ୍କୁ ଚୟନ କରିଥିଲେ। ୬୦ ଜଣଙ୍କ ମଧ୍ୟରେ ୪ଟି ଟିମ ଗଠନ କରାଯାଇ ସେଥି ମଧ୍ୟରୁ ଗୋଟିଏ କଟକ ଯିବ ବୋଲି ଆୟୋଜନ ରବିନାୟକ ଓ ଅନୁପ ପାତ୍ର ପ୍ରକାଶ କରିଛନ୍ତି। ଗତକାଲି ଠାରୁ ୪ଟି ଦଳ ମଧ୍ୟରେ ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande