ଫୋନପେ ରେ ଲାଞ୍ଚ ନେଇ ଧରା ପଡ଼ିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ
କେନ୍ଦୁଝର, 6 ନଭେମ୍ବର (ହି.ସ.)ପୁଣି ଏକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ। ସ୍ଵେଚ୍ଛାସେବୀ ଅନୁଷ୍ଠାନ ଠାରୁ ଫୋନ ପେ ରେ ପଇସା ନେଇ ହେଲେ ଗିରଫ । ସୂଚନାଯୋଗ ବିପ୍ଳବ କେଶରୀ ସାମନ୍ତରାୟ ଯିଏକି କେନ୍ଦୁଝର ଜିଲ୍ଲାରେ ସାମାଜିକ ସୁରକ୍ଷା ଅଧୂକାରୀ ଭାବେ କାର୍ଯ୍ୟରତ ଥିଲେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ
ଫୋନପେ ରେ ଲାଞ୍ଚ ନେଇ ଧରା ପଡ଼ିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ


କେନ୍ଦୁଝର, 6 ନଭେମ୍ବର (ହି.ସ.)ପୁଣି ଏକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ। ସ୍ଵେଚ୍ଛାସେବୀ ଅନୁଷ୍ଠାନ ଠାରୁ ଫୋନ ପେ ରେ ପଇସା ନେଇ ହେଲେ ଗିରଫ । ସୂଚନାଯୋଗ ବିପ୍ଳବ କେଶରୀ ସାମନ୍ତରାୟ ଯିଏକି କେନ୍ଦୁଝର ଜିଲ୍ଲାରେ ସାମାଜିକ ସୁରକ୍ଷା ଅଧୂକାରୀ ଭାବେ କାର୍ଯ୍ୟରତ ଥିଲେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ବେନିୟମ ଅନୁକମ୍ପା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇ ଏହି ବାବଦରେ ସେହି ଅନୁଷ୍ଠାନରୁ ୨୦ ହଜାର ଟଙ୍କା ଫୋନ ପେ ମାଧ୍ୟମରେ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି।ଏକ ସାଙ୍ଗରେ ବିଭିନ୍ନ ସ୍ଥାନରେ ରେଡ଼ ପରେ ଏପର୍ଯ୍ୟନ୍ତ ତାଙ୍କ ପରିବାର ଲୋକ ଏବଂ ତାଙ୍କ ନାଁରେ ଭୁବନେଶ୍ବର ଏବଂ ଏହାର ଆଖପାଖରେ ୧୦ ଟି ପ୍ଲଟ,ଗୋଟେ ୩୦୦o ବର୍ଗଫୁଟର ତିନି ମହଲା ଘର, ଗୋଟେ ଏକ ମହଲା ଘର ଏବଂ ଗୋଟେ ୩.୫ ଏକର ଫାର୍ମହାଉସ ଥିବା ଜଣା ପଡ଼ିଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଡ ବିବରଣୀରୁ ଜଣାପ ଜଣାପଡ଼ିଛି କି ସିଏ ଆଗରୁ ଆହୁରି ଅନେକ ସଂସ୍ଥା ଓ ବ୍ୟକ୍ତିଙ୍କ ଠାରୁ ଏହିପରି ଟଙ୍କା ଆଦାୟ କରିଛନ୍ତି। ଏହିସବୁ ପୁଣି ଅନଲାଇନ ୟୁପିଆଇ ମାଧ୍ୟମରେ। ସାମାଜିକ ସୁରକ୍ଷା କ୍ଷେତ୍ରରେ ଏହିପରି ଦୁର୍ନୀତି ଲୋକଙ୍କ ମନରେ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande