
କେନ୍ଦ୍ରାପଡା, ୬ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ବ୍ଲକ ଅଧିନ ଜମଧର ପଂଚାୟତର ଜଣ୍ଟିଲୋ ଗ୍ରାମ ୧୩ନଂ କେନାଲରୁ କଟକ-ଚାନ୍ଦବାଲି ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାକୁ ଢଳେଇ କରିବା ପାଇଁ ଜିଲା ଚାଷୀ ଶ୍ରମିକ ସଂଘ ପକ୍ଷରୁ ଜିଲ୍ଲପାଳଙ୍କ ନିକଟରେ ଦାବି କରାଯାଇଛି । ଏହି ରାସ୍ତାରେ ୪ଟି ୱାର୍ଡର ଶତାଧିକ ବ୍ୟକ୍ତି ଯାତାୟତ କରିବା ସହ ଟ୍ରାକ୍ଟର ଓ ପାୱାର ଟିଲର ନେଇ ଚାଷୀମାନେ କ୍ଷେତକୁ ଯାଇଥାନ୍ତି । ରାସ୍ତାଟି ଚଳପ୍ରଚଳ ପାଇଁ ସଂମ୍ପୂର୍ଣ୍ଣ ଅନୁପଯୁକ୍ତ ହୋଇଥିବା କାରଣରୁ ପଥଚାରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ହୃଦୟଙ୍ଗମ କରି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଢଲାଇ ପାଇଁ ଅର୍ଥ ମଞ୍ଜୁର କରିଥିଲେ ମଧ୍ୟ କେତେକ ସ୍ୱାର୍ଥପର ବ୍ୟକ୍ତିଙ୍କ ପାଇଁ ଏଥିରେ ବାଧା ପହଁଚା ଯାଉଛି । ଏହାକୁ ବିଚାରକରି ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିବାକୁ ସଂଘର ସଭାପତି ପଣ୍ଡିତ ଶରତ ମିଶ୍ର ଦାବିପତ୍ର ପ୍ରଦାନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି