8 , 9ନଭେମ୍ବରରେ ବେଙ୍ଗାଲୁରୁରେ ଆରଏସଏସ ବକ୍ତୃତା ଶୃଙ୍ଖଳା, ଯୋଗଦେବେ ଡକ୍ଟର ଭାଗବତ
ବେଙ୍ଗାଲୁରୁ 6ନଭେମ୍ବର (ହି.ସ)-ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ର ଶତବାର୍ଷିକୀ ପାଳନ ପାଇଁ ଦେଶର ଚାରୋଟି ପ୍ରମୁଖ ସହରରେ ଆୟୋଜିତ ହେଉଥିବା ସରସଂଘଚାଳକ ଡକ୍ଟର ମୋହନ ଭାଗବତଙ୍କ ବକ୍ତୃତା ସିରିଜର ଦ୍ୱିତୀୟ କାର୍ଯ୍ୟକ୍ରମ 8 ଏବଂ 9 ନଭେମ୍ବରରେ ବେଙ୍ଗାଲୁରୁର ବନଶ
8 , 9ନଭେମ୍ବରରେ ବେଙ୍ଗାଲୁରୁରେ ଆରଏସଏସ ବକ୍ତୃତା ଶୃଙ୍ଖଳା, ଯୋଗଦେବେ ଡକ୍ଟର ଭାଗବତ


ବେଙ୍ଗାଲୁରୁ 6ନଭେମ୍ବର (ହି.ସ)-ରାଷ୍ଟ୍ରୀୟ

ସ୍ୱୟଂସେବକ ସଂଘ (ଆରଏସଏସ) ର ଶତବାର୍ଷିକୀ

ପାଳନ ପାଇଁ ଦେଶର ଚାରୋଟି ପ୍ରମୁଖ ସହରରେ ଆୟୋଜିତ ହେଉଥିବା ସରସଂଘଚାଳକ ଡକ୍ଟର ମୋହନ ଭାଗବତଙ୍କ

ବକ୍ତୃତା ସିରିଜର ଦ୍ୱିତୀୟ କାର୍ଯ୍ୟକ୍ରମ 8 ଏବଂ 9 ନଭେମ୍ବରରେ ବେଙ୍ଗାଲୁରୁର ବନଶଙ୍କରୀର ହୋସାକେରେହଲି

ସ୍ଥିତ ପିଇଏସବିଶ୍ୱବିଦ୍ୟାଳୟରେ

ଅନୁଷ୍ଠିତ ହେବ।ସଙ୍ଘର କ୍ଷେତ୍ର କାର୍ଯ୍ୟବାହ

ନା ଥିପେସ୍ୱାମୀ ଏହାର ସୁଚନା ଦେଇ କହିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ଚଳିତ ବର୍ଷ

ବିଜୟାଦଶମୀ (2 ଅକ୍ଟୋବର) ଏହାର ଶତବାର୍ଷିକୀ ପୂରଣ କରିଛି ଏବଂ ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି

ଲକ୍ଷ୍ୟ ସହିତ ଆଗକୁ ବଢ଼ିଛି। ଶତବାର୍ଷିକୀ ବର୍ଷରେଦେଶବ୍ୟାପୀ ବିଜୟାଦଶମୀ ପାଳନ, ଯୁବ ସମ୍ମିଳନୀ, ଘର- ଘର ସମ୍ପର୍କ , ହିନ୍ଦୁ ସମ୍ମିଳନୀ, ସାମାଜିକ ସମନ୍ୱୟ ସମ୍ମିଳନୀ ଏବଂ ବିଶିଷ୍ଟ ନାଗରିକ

ଆଲୋଚନାଚକ୍ର ଭଳି ବିବିଧ କାର୍ଯ୍ୟକଳାପ ଆୟୋଜିତ କରାଯାଇଛି।ସଙ୍ଘ ନିଜର ଏହାର ଶତବାର୍ଷିକୀ

ବର୍ଷରେ ସମାଜର ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ସାମାଜିକ କର୍ମୀଙ୍କ ସହ ଆଲୋଚନା ଜାରି ରଖିଛି। 8 ଏବଂ 9 ନଭେମ୍ବରରେ

ସରସଂଘଚାଳକ ଡକ୍ଟର ମୋହନ ଭାଗବତ ବେଙ୍ଗାଲୁରୁରେ ଏକ ସ୍ୱତନ୍ତ୍ର ବ୍ୟାଖ୍ୟାନ ଶୃଙ୍ଖଳାକୁ

ସମ୍ବୋଧିତ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande