
ଚଣ୍ଡୀଗଡ଼, ୦୬ ନଭେମ୍ବର(ହି.ସ.) – ହରିୟାନାର ଯମୁନାନଗର ଜିଲ୍ଲାର ପତାପନଗର ବସ୍ ଷ୍ଟାଣ୍ଡରେ ଗୁରୁବାର ସକାଲେ ହୋଇଥିବା ବସ୍ ଦୁର୍ଘଟଣାରେ ଆହତ ଛଅ ଛାତ୍ରଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଅନ୍ୟ ପାଂଚ ଛାତ୍ରଙ୍କ ହସ୍ପିଟାଲ୍ରେ ଚିକିତ୍ସା ଚାଲୁ ରହିଛି। ହରିୟାଣାର ପରିବହନ ମନ୍ତ୍ରୀ ଅନୀଲ ବିଜ ଘଟଣାର ଯାଂଚ ପାଇଁ ଆଦେଶ ଜାରି କରିଛନ୍ତି।
ଜିଏମ୍ଆଇଟି କଲେଜର ବିଟେକ୍ ତୃତୀୟ ସେମିଷ୍ଟରର ଛାତ୍ର ଅର୍ଚ୍ଚତା କହିଛି ଯେ ସେ ପ୍ରତାପନଗର ବସ୍ଷ୍ଟାରେ ରୋଡ଼ୱେଜ ବସ୍ର ଅପେକ୍ଷା କରିଥିଲା। ବସ୍ ଆସିବା ପରେ ଆଗ ଦ୍ୱାରରେ ଚଢ଼ୁଥିଲି। ଏହି ସମୟରେ ଚାଳକ ଅଚାନକ ବସ୍ ଆଗକୁ ଚଲାଇ ଦେଇଥିଲେ, ଯେଉଁଥିରେ କେତେକ ଛାତ୍ର ଆହତ ହୋଇଯାଇଥିଲେ। ପ୍ରତାପନଗର ବସ୍ଷ୍ଟାଣ୍ଡରେ ସ୍କୁଲ-କଲେଜ ଯାଉଥିବା ଛାତ୍ର ସାଧାରଣ ଭାବେ ବସ୍ର ଅପେକ୍ଷା କରୁଥିଲେ। ପାଂବଟା ସାହିବରୁ ଦିଲ୍ଲୀ ଯାଉଥିବା ବସ୍ ପହଂଚିବା ପରେ, ଛାତ୍ରମାନେ ଚଢ଼ୁଥିଲେ। ବସ୍ ପୁରାପୁରି ରହିବା ପୂର୍ବରୁ ଟର୍ଣ୍ଣ ନେଉଥିବାବେଳେ ଧକ୍କା ଲାଗିଥିଲା ଏବଂ ଛାତ୍ରମାନେ ତଳେ ପଡ଼ିଯାଇଥିଲେ। ବସ୍ର ପଛ ଟାୟାର ଗାଆ କୁଟିପୁରର ଆରତୀର ପେଟରେ ଚଢ଼ିଯାଇଥିଲା, ଯାହାର ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି