ପ୍ରଧାନମନ୍ତ୍ରୀ ୭ ନଭେମ୍ବରକୁ କରିବେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂରଣରେ ବର୍ଷସାରା ଚାଲିବାକୁଥିବା ସମାରୋହର ଶୁଭାରମ୍ଭ
ନୂଆଦିଲ୍ଲୀ, ୦୬ ନଭେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭ ନଭେମ୍ବର ସକାଳେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଂଡୋର ଷ୍ଟାଡିୟମ୍‌ରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍‌’ର ୧୫୦ତମ ବର୍ଷସାରା ଚାଲିବାକୁ ଥିବା ଉତ୍ସବର ଶୁଭାରମ୍ଭ କରିବେ। ଏହି ଅବସରରେ ପ୍ରଧାମନ୍ତ୍ରୀ ସ୍ମାରକ ଡାକ ଟିକେଟ୍ ଏବଂ
ପ୍ରଧାନମନ୍ତ୍ରୀ ୭ ନଭେମ୍ବରକୁ କରିବେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂରଣରେ ବର୍ଷସାରା ଚାଲିବାକୁଥିବା ସମାରୋହର ଶୁଭାରମ୍ଭ


ନୂଆଦିଲ୍ଲୀ, ୦୬ ନଭେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭ ନଭେମ୍ବର ସକାଳେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଂଡୋର ଷ୍ଟାଡିୟମ୍‌ରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍‌’ର ୧୫୦ତମ ବର୍ଷସାରା ଚାଲିବାକୁ ଥିବା ଉତ୍ସବର ଶୁଭାରମ୍ଭ କରିବେ। ଏହି ଅବସରରେ ପ୍ରଧାମନ୍ତ୍ରୀ ସ୍ମାରକ ଡାକ ଟିକେଟ୍ ଏବଂ ମୁଦ୍ରା ମଧ୍ୟ ଜାରି କରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁଯାୟୀ, ଏହି କାର୍ଯ୍ୟକ୍ରମ ଏହି ବର୍ଷ ୭ ନଭେମ୍ବର ଠାରୁ ଆସନ୍ତା ବର୍ଷ ୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ରାଷ୍ଟ୍ରବ୍ୟାପୀ ଉତ୍ସବର ଔପଚାରିକ ଶୁଭାରମ୍ଭ, ଯାହା ସେହି ଅମର ରଚନାର ୧୫୦ତମ ବର୍ଷପୁରଣର ପ୍ରତୀକ ହେବ ଯେଉଁମାନେ ଭାରତର ସ୍ୱାଧୀନତା ଆନ୍ଦୋଳନକୁ ପ୍ରେରଣା ଦେଇଛନ୍ତି ଏବଂ ଆଜି ମଧ୍ୟ ରାଷ୍ଟ୍ରୀୟ ଏକତା ଏବଂ ଗର୍ବର ଭାବ ଜଗାଏ। ଏହି ଅବସରରେ ଦେଶସାରା ସକାଳ ପ୍ରାୟ ୯.୫୦ରେ ସାର୍ବଜନିକ ସ୍ଥଳରେ ‘ବନ୍ଦେ ମାତରମ୍‌’ର ପୂର୍ଣ୍ଣ ସଂସ୍କରଣର ସାମୁହିକ ଗାୟନ କରାଯିବ, ଯେଉଁଥିରେ ସମାର ସମସ୍ତ ବର୍ଗର ଲୋକ ସାମିଲ ହେବେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande