ଫଳକ ଲାଗିଲା, କାମ ହେଲାନି, ସାହି ଲୋକ ନିର୍ମାଣ କଲେ ପକ୍କା ରାସ୍ତା
ଭଦ୍ରକ, ୬ ନଭେମ୍ବର (ହି.ସ.) - ରାସ୍ତା ମରାମତି କାର୍ଯ୍ୟ ପାଇଁ ଛ ମାସ ପୂର୍ବରୁ ନାମଫଳକ ଲାଗିଥିଲା। ହେଲେ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ପାରିଲା ନାହିଁ। ଜନସାଧାରଣ ମାନେ ଯାତାୟାତ ପାଇଁଁ ଅନେକ ଦହଗଞ୍ଜ ହେଲେ। ଶେଷରେ ଟଙ୍କା ଆଦାୟ କରି ନିଜ ଶ୍ରମରେ ପକ୍କା ରାସ୍ତା ନିର୍ମାଣ କଲେ ସାହି ଲୋକ। ଏମିତି
FALAK LAGILA KAMA HELANI


ଭଦ୍ରକ, ୬ ନଭେମ୍ବର (ହି.ସ.) - ରାସ୍ତା ମରାମତି କାର୍ଯ୍ୟ ପାଇଁ ଛ ମାସ ପୂର୍ବରୁ ନାମଫଳକ ଲାଗିଥିଲା। ହେଲେ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ପାରିଲା ନାହିଁ। ଜନସାଧାରଣ ମାନେ ଯାତାୟାତ ପାଇଁଁ ଅନେକ ଦହଗଞ୍ଜ ହେଲେ। ଶେଷରେ ଟଙ୍କା ଆଦାୟ କରି ନିଜ ଶ୍ରମରେ ପକ୍କା ରାସ୍ତା ନିର୍ମାଣ କଲେ ସାହି ଲୋକ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀ ବ୍ଲକ ରହଣିଆ ନାୟକ ସାହି ଠାରେ। ମିଳିଥିବା ସୂଚନା ଅନୁଯାୟୀ ରହଣିଆ ଗାଁର ବେହେରା ସାହି ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ନାୟକ ସାହିକୁ ଏକ ଗ୍ରାମ୍ୟ ରାସ୍ତା ସଂଯୋଗ ହୋଇଛି।ପ୍ରତିଦିନ ଏହି ରାସ୍ତା ଦେଇ ସ୍ଥାନୀୟ ବାସିନ୍ଦା ମାନେ ମୁଖ୍ୟ ରାସ୍ତାକୁ ଏହି ରାସ୍ତାରେ ଯାତାୟାତ କରିଥାନ୍ତି। ଗ୍ରାମ୍ୟ ଉନ୍ନୟନ ରାସ୍ତା ନ୍ୱିକରଣପରେ ପ୍ରାୟ ତିନି ଶହ ମିଟର ଗ୍ରାମ୍ୟ ରାସ୍ତାଟି ଧିରେ ଧିରେ ଜରାଜୀର୍ଣ୍ଣ ପାଲଟି ଯାଇଥିଲା। ତେଣୁ ରାସ୍ତାଟିର ପୁନରୁଦ୍ଧାର କାର୍ଯ୍ୟ ପାଇଁ ସାହି ଲୋକମାନେ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ଯାଏଁ ସ୍ୱୁଠି ଜଣାଇଥିଲେ। ଆପତି ଅଭିଯୋଗ ପରେ ଗୁରୁତ୍ୱ ଦୃଷ୍ଟିରୁ ରାସ୍ତା ମରାମତି ପାଇଁ ଉକ୍ତ ସ୍ଥାନରେ ଏକ ନାମଫଳକ ଲଗା ଯାଇଥିଲା।ଦାନା ବାତ୍ୟା ପରବର୍ତୀ ଆର୍ôଥକ ବର୍ଷ ୨୦୨୪ /୨୫ ରେ ପାଖାପାଖି ଦୁଇ ଲକ୍ଷ ଏଫଡିଆର ଅନୁଦାନକୁ ନେଇ ରାସ୍ତା ନିର୍ମାଣ ହେବ ବୋଲି ସୂଚନା ଦିଆ ଯାଇଥିଲା। ମାତ୍ର ସୂଚନା ଫଳକକୁ ଛ ମାସ ବିତି ଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ ହେଲା ନାହିଁ। ଲୋକେ ଯାତାୟାତ ପାଇଁଁ ଅନେକ ଅସୁବିଧାର ସମ୍ମୁଖୀନ ହେଲେ। ଯାହା ପାଖରେ ଗୁହାରି କଲେ କେହି ଶୁଣିଲେ ନାହିଁ। ତେଣୁ ବିରକ୍ତ ହୋଇ ସ୍ଥାନୀୟ ଲୋକ ମାନେ ଏବେ ନିଜେ ଟଙ୍କା ଖର୍ଚ୍ଚ କରି ରାସ୍ତାର ଜରାଜୀର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ ଅଂଶଟିକୁ ନିର୍ମାଣ କରିଛନ୍ତି। ଏପରିକି ସାହିର ମହିଳା ମାନେ ମଧ୍ୟ ଶ୍ରମିକ ଭାବେ ଏଥିରେ ନିୟୋଜିତ ହୋଇଥିଲେ। ନିର୍ବାଚିତ ପ୍ରତିନିଧି, ସ୍ଥାନୀୟ ସଙ୍ଗଠକ ଓ ବ୍ଲକ ପ୍ରଶାସନ ଲୋକଙ୍କ ସମସ୍ୟା ବୁଝିବାକୁ ଅସମର୍ଥ ବୋଲି ନାୟକ ସାହି ବାସିନ୍ଦା ନାରାୟଣ ନାୟକ, ପରମେଶ୍ୱର ନାୟକ, ରଥ ନାୟକ, ବିରଂଚି ନାୟକ, ପ୍ରଭାକର ନାୟକ, ନାରାୟଣ ଚନ୍ଦ୍ର ନାୟକ ପ୍ରମୁଖ କ୍ଷୋଭର ସହ କହିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande