ସମ୍ବଲପୁର ରାଜପ୍ରାସାଦର ଅଧ୍ୟୟନ କରିବ ଜିଏମ୍‌ୟୁର ଇତିହାସ ବିଭାଗ
ସମ୍ବଲପୁର ରାଜପ୍ରାସାଦର ଅଧ୍ୟୟନ କରିବ ଜିଏମ୍‌ୟୁର ଇତିହାସ ବିଭାଗ
ସମ୍ବଲପୁର ରାଜପ୍ରାସାଦର ଅଧ୍ୟୟନ କରିବ ଜିଏମ୍‌ୟୁର ଇତିହାସ ବିଭାଗ


ସମ୍ବଲପୁର, ୬ ନଭେମ୍ବର (ହି.ସ.)- ସମ୍ବଲପୁରର ଅଗ୍ରଣୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ)ର ଇତିହାସ ବିଭାଗ, ଏନ୍‌ଏସ୍‌ଏସ୍ ୟୁନିଟ୍ ଏବଂ ଐତିହ୍ୟ କ୍ଳବ ପକ୍ଷରୁ ଆଜି ସମ୍ବଲପୁରର ସମୃଦ୍ଧ ଇତିହାସର ମୁକସାକ୍ଷୀ ସମ୍ବଲପୁର 'ରାଜପ୍ରାସାଦ' ବା 'ରଜା ବଖରୀ' ସମ୍ପର୍କିତ ଏକ ସମ୍ପ୍ରସାରିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଛାତ୍ରଛାତ୍ରୀ ମାନେ ଐତିହ୍ୟ ଦୂତ । ସ୍ୱଚ୍ଛ, ସବୁଜ ଓ ଗୌରବମୟ ଭାରତ ଗଠନ ପାଇଁ ପୂର୍ବ ଐତିହ୍ୟ କୀର୍ତ୍ତିରାଜୀର ସଂରକ୍ଷଣ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଜିଏମ୍‌ୟୁ ବିକଶିତ ଭାରତ ଅଭିଯାନର ସଂଯୋଜକ ତଥା ବିଭାଗର ମୁଖ୍ୟ ଡ. ଅତୁଲ କୁମାର ପ୍ରଧାନ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ୭୦ରୁ ଅଧିକ ଛାତ୍ରଛାତ୍ରୀ ସାମୁହିକ ସଫେଇ କରିବା ସହ ଆବର୍ଜନା ଅପସାରଣ କରିଥିଲେ । କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାସ ଉଦ୍‌ଘାଟନ କରିଥିଲେ । ସେହିପରି ଐତିହାସିକ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ଜନସଚେତନତା ସୃଷ୍ଟି ପାଇଁ ଛାତ୍ରଛାତ୍ରୀ ମାନେ ସମ୍ପୃକ୍ତ ପଡାରେ ଜନସମ୍ପର୍କ ସ୍ଥାପନା କରିଥିଲେ ।

ଗବେଷକ ଦୀପକ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ, ଏହି ଐତିହ୍ୟ ସହ ଅନେକ ଲୁକ୍କାୟିତ ଘଟଣାବଳୀ ଜଡିତ । ଏହାର ନିର୍ମାଣ ଶୈଳୀ ମଧ୍ୟ ଅନନ୍ୟ ଅଟେ । ମାତ୍ର ଏହାର ସଠିକ୍ ସଂରକ୍ଷଣ ହେଉନଥିବାରୁ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଥିବା ନେଇ ଦୁଃଖ ପ୍ରକାଶ କରିଥିଲେ । ପଶ୍ଚିମାଞ୍ଚଳ ଏକତା ମଞ୍ଚର ସଂଯୋଜକ ଭବାନୀଶଙ୍କର ଭୋଇ, ସମାଜସେବୀ ସନ୍ତୋଷ କୁମାର ବେହେରା ପ୍ରମୁଖ ଜିଏମ୍‌ୟୁର ଏହି ଉଦ୍ୟମକୁ ଉଚ୍ଚ ପ୍ରଂଶସା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande