


ବଲାଙ୍ଗିର, ୬ ନଭେମ୍ବର (ହି.ସ.)- ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଗୁରୁ ନାମକଜୀଙ୍କ ଜୟନ୍ତୀ ଅବସରରେ ଏଠାରେ ଥିବା ଶିଖ ସମ୍ପ୍ରଦାୟ ଜୟନ୍ତୀ ପାଳନ କରିଥିଲେ।
ବଲାଙ୍ଗୀର ସହରସ୍ଥିତ ଗୁରୁଦ୍ୱାର ଶ୍ରୀ ଗୁରୁ ସିଂହ ସଭାଠାରେ ବୁଧବାର ଶିଖ୍ ଧର୍ମଗୁରୁ ଗୁରୁ ନାନକଜୀଙ୍କ ଜୟନ୍ତୀ ଧୂମ୍ଧାମରେ ପାଳନ କରାଯାଇଛି। ଏହି ଅବସରରେ ଅଖଣ୍ଡ ପାଠ, ପ୍ରଭାତ ଫେରି ନଗର କୀର୍ତ୍ତନ, ଲଙ୍ଗର କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବଲାଙ୍ଗୀର ସହରରେ ବସବାସ କରୁଥିବା ଶିଖ୍ ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ଯୋଗଦାନ କରିଥିଲେ।
ଜୟନ୍ତୀ ପାଳନରେ ଯଶବୀର ସିଂ, ସୁଖବୀର ସିଂ ବେଦୀ, ସୁଜିତ ସିଂ ଆଲୁଓ୍ବାଲିଆ ଓ ଅନ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ଶ୍ରଦ୍ଧାଳୁମାନେ ସନ୍ଧ୍ୟାରେ ଏକ ଶୋଭାଯାତ୍ରରେ ବାହାରି ସହର ପରିକ୍ରମା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ