ଜମନକିରା ସେକ୍ସନରେ ହାତୀ ଉପଦ୍ରଵ : ଏକର ଏକର ଫସଲ ନଷ୍ଟ, ଚାଷୀ ହତାଶ
ଜମନକିରା ସେକ୍ସନରେ ହାତୀ ଉପଦ୍ରଵ : ଏକର ଏକର ଫସଲ ନଷ୍ଟ, ଚାଷୀ ହତାଶ
ଜମନକିରା ସେକ୍ସନରେ ହାତୀ ଉପଦ୍ରଵ : ଏକର ଏକର ଫସଲ ନଷ୍ଟ, ଚାଷୀ ହତାଶ


ସମ୍ବଲପୁର, ୦୬ ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଜମନକିରା ସେକ୍ସସନ ଅଧିନସ୍ଥ ଫୁଲକୁସମ ବିଟ ରେ ଏଵେ ମାତ୍ରାଧିକ ସଂଖ୍ୟାରେ ହାତୀ ଉପଦ୍ରଵ ଲାଗି ରହିଛି l ଚାଷୀଙ୍କ ଫସଲ ନଷ୍ଟ ହୋଇ ଚାଲିଥିବା ବେଳେ ଏଵେ ଚାଷୀକୁଳ ନିଜ ଫସଲକୁ ବଞ୍ଚାଇବା ପାଇଁ ଚିନ୍ତିତ ଥିବା ଅନେକ ଚାଷୀ ଅଭିଯୋଗ କରିଛନ୍ତି l ସୂଚନା ମୁତାବକ ଚଳିତ ବର୍ଷ ଜମନକିରା ଅଞ୍ଚଳ ରେ ଚାଷ ଆରମ୍ଭ ପୁର୍ବରୁ ଅନେକ ଜାଗାରେ ହାତୀପଲ କ୍ଷୟକ୍ଷତି ଜାରୀ ରଖିଥିବା ବେଳେ ଫୁଲକୁସମ ବିଟ ଅଧିନସ୍ଥ ବଡ଼ମାଳ, କୋଲ୍ହପାଳ, ଜାମୁମାଲ, ଟାଙ୍ଗରାଣୀ, ବଂଜାରି, ପାଳଖାମାନ, ସାଉନ୍ତିମାଲ, ଫୁଲକୁସମ, ବାଞ୍ଜିଆମ, କଟଙ୍ଗପାଣି ଭଳି ଅନେକ ଗ୍ରାମରେ ଏବେ ହାତୀପଲ ଚାଷ ଜମିକୁ ପଶି ଆସି ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି l ଗ୍ରାମବାସୀ ମାନେ ବାରମ୍ବାର ବନ ବିଭାଗକୁ ଏ ସମ୍ପର୍କରେ ସୂଚନା ଦେଉଥିଲେ ମଧ୍ୟ ବନ ବିଭାଗ ହାତୀ ଘଉଡ଼ାଇବା ପାଇଁ କୌଣସି ସନ୍ତୋଷ ମୂଳକ ପ୍ରୟାସ କରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବନବିଭାଗ ନିଷ୍କ୍ରିୟକୁ ଦେଖି ଚାଷୀମାନେ ଏଵେ ଚିନ୍ତାରେ ପଡ଼ିଥିବା ଅଭିଯୋଗ ଆଣିଛନ୍ତି l ଯାହା ଫଳରେ ଗ୍ରାମବାସୀ ମହିଳା, ପୁରୁଷ, ଛୁଆ ପିଲା ଏକା ସାଙ୍ଗରେ ଜମା ହୋଇ ଏଵେ ନିଜେ ସନ୍ଧ୍ୟା ପାଇଲେ ନିଜ ଚାଷ ଜମିକୁ ଯାଇ ମଶାଲ ଜଳାଇ, ବାଜା, ବୋମା ଆଦି ଶବ୍ଦ ଯନ୍ତ୍ର ବଜାଇ ହାତୀ ଘଉଡ଼ାଉ ଛନ୍ତି l ରାତି ସାରା ଚାଷ ଜମିରେ ଅନିଦ୍ରା ରହି ହାତୀ ଘଉଡ଼ାଉ ଥିବା ବେଳେ କେତେକ ଚାଷୀଙ୍କ ଅଭିଯୋଗ ରହୁଛି ଯେ ବନ ବିଭାଗ ପକ୍ଷରୁ କୌଣସି ପ୍ରକାର ର ସୁବିଧା ମିଳି ପାରୁ ନାହିଁ କତେବେଳେ କେମିତି ବନ ବିଭାଗ ର କର୍ମଚାରୀ ଆସି ଲୋକଙ୍କ ସହିତ କେବଳ ମୋବାଇଲ ସେଲ୍ଫି ନେଇ ସେଇ ସ୍ଥାନରୁ ଚାଲି ଯାଉଛନ୍ତି l ଏହି ପରିସ୍ଥିତି ରେ ଯଦି କୌଣସି ଚାଷୀ ଙ୍କୁ ହାତୀ ଆକ୍ରମଣ କରୁଛେ ତାହାହେଲେ କେବଳ ବନବିଭାଗ ଏହାର ଦାୟୀ ହେବେ ବୋଲି ଗ୍ରାମବାସୀ କହିଛନ୍ତି l ଏଣୁ ତୁରନ୍ତ ବନ ବିଭାଗ ପକ୍ଷରୁ ଚାଷୀଙ୍କୁ ନିଜ କ୍ଷୟକ୍ଷତି ର ଅନୁକମ୍ପା ରାଶି ପ୍ରଦାନ ସହ ଚାଷୀଙ୍କୁ ଅତ୍ୟାଧୁନିକ ସାମଗ୍ରୀ ହାତୀ ଘଉଡ଼ାଇବା ପାଇଁ ଦିଆଯାଉ ବୋଲି ଅନେକ ଗ୍ରାମବାସୀ ମତ ରଖିଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande