
କେନ୍ଦ୍ରାପଡା, ୬ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ଜମ୍ବୁ ନିକଟସ୍ଥ ବାହାକୁଦ ଘାଟ ଠାରେ ଜିଲ୍ଲା କୈବର୍ତ୍ୟ ସମାଜ ପକ୍ଷରୁ ଜମ୍ବୁଦୀପ ବୋଇତ ବନ୍ଦାଣ ଉତ୍ସବ ସମାଜସେବୀ ରାଜକିଶୋର ମହାପାତ୍ରଙ୍କ ଉଦ୍ୟମ କ୍ରମେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ. ଗର୍ନ୍ଧବ ନାୟକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସ୍ଥାନର ମହାତ୍ମ୍ୟ, ଆର୍ଯ୍ୟବର୍ତର ସ୍ଥାନ ବୋଲି କହିବା ସହ ପୁରାଣ ଉପନିଷଦ ର ବହୁ ଉଦାହରଣ ଦେଇ ପ୍ରମାଣ କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ତଥା ନିଖିଳ ଓଡିଶା କୈବର୍ତ୍ୟ ମହାସଭାର ସଭାପତି ପ୍ରଫେସର ଡ଼ଃ ଦେବେନ୍ଦ୍ର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରାଚୀନ ଓଡିଆ ସଂସ୍କୃତିରେ ନୈାବାଣିଜ୍ୟର ଗୈାରବାବହ ଐତିହାସିକ ତଥ୍ୟ ପ୍ରଦାନ କରିଥିଲେ । ଐତିହାସିକ ଅମୀୟ ପଟ୍ଟନାୟକ, ପ୍ରଫେସର ଶୁଭ୍ରାଂଶୁ ବେହେରା, ଶ୍ରୀମତୀ ମଞ୍ଜୁ ରାୟ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।
ସମାଜସେବୀ ରାଜ କିଶୋର ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ନାତାୟଣ ବେହେରା ଅତିଥି ପରିଚୟ ପ୍ରଦାନ ଦେବା ସହ ମଂଚ ପରିଚାଳନା କରିଥିଲେ । କୈବର୍ତ ମହାସଭାର ରାଜ୍ୟ ଉପ ସଭାପତି ଇଂ. ବିଷ୍ଣୁ ଚରଣ ବେହେରା, କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି