
ଭଦ୍ରକ, ୬ ନଭେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ କଲ୍ୟାଣୀ ଉଚ୍ଚ ବିଦ୍ୟାଳୟରେ ଗତ ରାତିରେ ଚୋରି ହୋଇଥିବା ଜଣାଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମିଳିବା ପରେ ଏଏସଆଇ ନରେନ୍ଦ୍ର ରାଉତ ବିଦ୍ୟାଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ବିଦ୍ୟାଳୟ ସ୍ମାର୍ଟ କ୍ଲାସରୁ ୨ଟି ଏଲଇଡି ଟିଭି ସହିତ କିଛି ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ