
ଜୟପୁର 6 ନଭେମ୍ବର (ହି.ସ.) ଦେଶିଆ ଗୀତକୁ ଭଲପାଉଥିବା ତଥା ରାଜ୍ୟ ସ୍ତରରେ ଦେଶିଆ ଗୀତକୁ ପହଁଚାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିବା ଜୟପୁର ସହରର କଣ୍ଠଶିଳ୍ପୀ ଏଚ. ବଚନଙ୍କ ଆଜି ସନ୍ଧ୍ୟାରେ ଜମୁନାଗୁଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କ କଣ୍ଠରେ ଗାଇଥିବା ଲୋକପ୍ରିୟ ଦେଶିଆ ଗୀତ ନୂଆସାହି କି ଜାମବାଡ ସାହି, କାଲିଆ ମଇଷି, ଉଦିଆ ଜନପରା ଗୀତର ଗାୟକ ତଥା ଲେଖକ ସଙ୍ଗୀତଜ୍ଞ ଏବ˚ ବିଶିଷ୍ଠ କଣ୍ଠଶିଳ୍ପୀ ଏଚ. ବଚନଙ୍କ ଗୁରୁବାର ପରଲୋକ ଘଟିଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଜୟପୁର ଜିଲ୍ଲାଚିକିତ୍ସାଳୟକୁ ନିଆଯାଇଥିଲା। ନୂଆସାହି କି ଜାମବାଡ ସାହି ଗୀତ ରିଲିଜ ହେବା ପରେ ରାତାରାତି ଏହି ଗୀତ ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ପୁରପଲ୍ଲୀ ସମେତ ଓଡିଶାରେ ଲୋକପ୍ରିୟ ର ଶୀର୍ଷକୁ ଛୁଇଁଥିଲା। ଏହି ଗୀତରେ ସେ ଦେଶିଆ ଶବ୍ଦର ପ୍ରୟୋଗ କରି ଗୀତକୁ ଭିନ୍ନ ସ୍ବାଦର କରି ଗଢି ତୋଳିଥିଲେ। ଆଜି ସନ୍ଧ୍ୟାରେ ତାଙ୍କ ପରଲୋକ ହେବା ପରେ ସ୍ଥାନୀୟ କଳାକାର ମାନେ ତାଙ୍କ ଶେଷ ଦର୍ଶନ କରିବା ପାଇଁ ତାଙ୍କ ବାସଭବନକୁ ଯାଇଥିଲେ। ଆସନ୍ତା କାଲି ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ବର୍ଗ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି