ସୁବର୍ଣ୍ଣପୁରର ଖେଳାଳୀ ଖୋଖୋ ପ୍ରତିଯୋଗିତାରେ ଭାଗ ନେବାକୁ କେନ୍ଦୁଝର ଜିଲ୍ଲା ଗସ୍ତ କଲେ
ସୁବର୍ଣ୍ଣପୁର, ୦୬ ନଭେମ୍ବର(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲାରୁ ସତର ବର୍ଷରୁ କମ ୨୪ ଜଣ ବାଳକ ଓ ବାଳିକା ଜିଲ୍ଲାସ୍ତରୀୟ ଖୋକ ପ୍ରତିଯୋଗୀତାରେ ଭାଗ ନେବାକୁ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି। ଖେଳ ଶିକ୍ଷକ ଯଶବନ୍ତ ପୁଟେଲ ଓ ସୁମତୀ ରେଖା ମେଣ୍ଡଲିଙ୍କ ନେତୃତ୍ୱରେ ଗସ୍ତ କରିଥିବା ଏଇ ଟିମରେ ସୁବର୍ଣ୍
ସୁବର୍ଣ୍ଣପୁର ର ଖେଳାଳୀ ଖୋଖୋ ପ୍ରତିଯୋଗିତା ରେ ଭାଗ ନେବାକୁ କେନ୍ଦୁଝର ଜିଲ୍ଲା ଗସ୍ତ କଲେ


ସୁବର୍ଣ୍ଣପୁର, ୦୬ ନଭେମ୍ବର(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲାରୁ ସତର ବର୍ଷରୁ କମ ୨୪ ଜଣ ବାଳକ ଓ ବାଳିକା ଜିଲ୍ଲାସ୍ତରୀୟ ଖୋକ ପ୍ରତିଯୋଗୀତାରେ ଭାଗ ନେବାକୁ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି। ଖେଳ ଶିକ୍ଷକ ଯଶବନ୍ତ ପୁଟେଲ ଓ ସୁମତୀ ରେଖା ମେଣ୍ଡଲିଙ୍କ ନେତୃତ୍ୱରେ ଗସ୍ତ କରିଥିବା ଏଇ ଟିମରେ ସୁବର୍ଣ୍ଣପୁର ଜିଲ୍ଲାର ୧୨ ଜଣ ଛାତ୍ର ଓ ୧୨ ଜଣ ଛାତ୍ରୀ ଜିଲ୍ଲାସ୍ତରୀୟ ଖୋକ ଖୋକ ଖେଳରେ ଭାଗ ନେବାକୁ ଯାତ୍ରା କରିଥିବା ଜଣାଯାଇଛି। ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ଓ ସହରର ବୁଦ୍ଧିଜୀବି ପକ୍ଷରୁ ଏଇ ଖେଳାଳୀମାନଙ୍କୁ ଖେଳରେ ସଫଳତା ପାଇଁ ଶୁଭ କାମନା ଜଣାଇଥିବା ଖବର ମିଳିଛି। ଏହି ଖେଳରେ ମନୋନୀତ ହେବାପରେ ରାଜ୍ୟସ୍ତରୀୟ ଖେଳ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଶ୍ରୀ ପଟେଲ କହିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande