
ସୁବର୍ଣ୍ଣପୁର, ୬ ନଭେମ୍ବର (ହି.ସ.)- ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ସୋନପୁର ବଡ ବଗିଚା ଠାରେ ତାମିଲ ଓ ମାଡ୍ରାସି ସମ୍ପ୍ରଦାୟର ମା ଗଙ୍ଗା ମାରୀ ବୁଢୀମା ଉତ୍ସବ ଓ ମା ଙ୍କ କଳସ ଶୋଭା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି l ଚତୁର୍ଦ୍ଦଶୀ ଓ ପୂର୍ଣିମା ଦୁଇ ଦିନ ଧରି ନାମ କୀର୍ତ୍ତନ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ ଆୟୋଜନ କରାଯାଇଥିବା ବେଳେ ପୂର୍ଣିମା ଦିନ ମହାନଦୀ ମା ଦଶମତୀ ଘାଟରେ ଗଙ୍ଗା ମା ଙ୍କୁ ପୂଜାର୍ଚ୍ଚନା କରାଯାଇ ମହାନଦୀରୁ ବଡ ବଗିଚା ଯାଏ ଏକ ବିଶାଳ କଳସ ଶୋଭାଯାତ୍ରା ସହର ପରିକ୍ରମା କରି ପହଞ୍ଚି ଥିଲା l ସ୍ୱର୍ଗୀୟ ରାଜା ତେୱାର ଏ ଉତ୍ସବକୁ ୨୦୧୭ ମସିହାରୁ ଆରମ୍ଭ କରିଥିବା ବେଳେ ତାଙ୍କ ପତ୍ନୀ ଶାନ୍ତି ତେୱର୍ ଏବେ ଯାତ୍ରା ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି l ରାମୁ ତେୱର୍ ଓ କବିତା ତେୱର୍ ଙ୍କ ସମେତ ବଡ଼ ବଗିଚାର ସମସ୍ତ ଲୋକେ ଏହି ଉତ୍ସବରେ ସହଯୋଗ କରିଥିଲେ l ଏଥିରେ ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ଓ ଓଡ଼ିଶା ବ୍ରହ୍ମପୁର ଅଞ୍ଚଳର ଶହ ଶହ ତାମିଲ ସମ୍ପ୍ରଦାୟର ଲୋକେ ସାମିଲ ଥିବାବେଳେ ଯାତ୍ରା କମିଟି ପକ୍ଷରୁ ସାମୂହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ସ୍ବଚ୍ଛ ଭାରତ ସଙ୍ଗଠନ ଓ ଶ୍ରୀ ଗୋପାଲଜି ଯୋଗାଳୟର ସମସ୍ତ ସଦସ୍ୟ ଏଥିରେ ସାମିଲ୍ ହେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ