ବ୍ୟବସାୟୀଙ୍କ ବିୟୋଗରେ ବଜାର ବନ୍ଦ
କୋରେଇ, ୬ ନଭେମ୍ବର (ହି.ସ.)- ପାଣିକୋଇଲି ବଜାର ଓଚିନ୍ଦା ରୋଡରେ ପ୍ରଥମକରି ସେଲୁନ ବ୍ୟବସାୟ ଆରମ୍ଭ କରିଥିବା ସଦାଶିବ ବାରିକଙ୍କ ଆଜି ମୃତ୍ୟୁ ଘଟିଛି । ବ୍ୟବସାୟୀଙ୍କ ବିୟୋଗରେ ଦିନକ ପାଇଁ ବଜାର ବନ୍ଦ ରହିଛି। ସଦାଶିବ କିଛି ଦିନ ହେବ ବୃକକ୍ ରୋଗରେ ପୀଡିତ ହୋଇ କଟକର ଏକ ଘରୋଇ ଚିକିତ
ବ୍ୟବସାୟୀଙ୍କ ବିୟୋଗରେ ବଜାର ବନ୍ଦ


କୋରେଇ, ୬ ନଭେମ୍ବର (ହି.ସ.)- ପାଣିକୋଇଲି ବଜାର ଓଚିନ୍ଦା ରୋଡରେ ପ୍ରଥମକରି ସେଲୁନ ବ୍ୟବସାୟ ଆରମ୍ଭ କରିଥିବା ସଦାଶିବ ବାରିକଙ୍କ ଆଜି ମୃତ୍ୟୁ ଘଟିଛି । ବ୍ୟବସାୟୀଙ୍କ ବିୟୋଗରେ ଦିନକ ପାଇଁ ବଜାର ବନ୍ଦ ରହିଛି। ସଦାଶିବ କିଛି ଦିନ ହେବ ବୃକକ୍ ରୋଗରେ ପୀଡିତ ହୋଇ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତାଙ୍କ ମରଶରୀରକୁ ପୈତୃକ ଗ୍ରାମ ପଥରପଦା ପଂଚାୟତ ଅନ୍ତର୍ଗତ ମୁଲରୀ ଗ୍ରାମକୁ ଆଣି ଶୋକାକୂଳ ପରିବେଶରେ ଶୋଭାଯାତ୍ରାରେ ଗାଁ ଭ୍ରମଣ କରାଇ ପୁରୀ ସ୍ୱର୍ଗଦ୍ୱାର ନେଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ବଡ ପୁଅ ସୌଭାଗ୍ୟ ରଂଜନ ମୁଖାଗ୍ନୀ ଦେଇଥିଲେ । ମୃତ୍ୟୁ ଖବର ପାଇବା ପରେ ପାଣିକୋଇଲି ଓଚିନ୍ଦାରୋଡ ସରସ୍ୱତୀ ମାର୍କେଟ ପକ୍ଷରୁ ବଜାର ବନ୍ଦ କରାଯାଇଥିଲା । ସଦାଶିବ ମଧ୍ୟ ଜଣେ କଳାକାର ଥିଲେ । ତାଙ୍କର ମୃତ୍ୟୁରେ ଓଚିନ୍ଦା ଗୋପିନାଥ ଜୀଉ ନାଟ୍ୟ ପରିଷଦ ପକ୍ଷରୁ ଶୋକ ପ୍ରକାଶ ପାଇଛି । ସାନପୁଅ ସତ୍ୟରଂଜନ, ବନ୍ଧୁବାନ୍ଧବ, ପରିବାର ବର୍ଗ, ଆତ୍ମୀୟ ସ୍ୱଜନ, ଗ୍ରାମବାସୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande