ଦେଓଗାଁ ଅଶାନ୍ତ ଘଟଣା ଶାନ୍ତି ପାଇଁ ଲୋକଙ୍କ ସହ ଆଲୋଚନା କଲେ ନରସିଂହ ଦେଓଗାଁ ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ ରହୁନାହିଁ ଉଚ୍ଚ ପଦସ୍ଥ ଅଧିକାରୀ ଆସି ଉଚିତ ତଦନ୍ତ କରନ୍ତୁ- ନରସିଂହ
ବଲାଙ୍ଗୀର, ୦୬ ନଭେମ୍ବର(ହି.ସ.) – ବଲାଙ୍ଗିର ନିର୍ବାଚନ ମଣ୍ଡଳି ବିଶେଷ କରି ଦେଓଗାଁ ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବହୁତ ଖରାପ ଆଡକୁ ଗତି କରୁଛି। ଦେଓଗାଁ ପୋଲିସର ଅପାରଗତା ପାଇଁ ଛୋଟ ରୁ ଛୋଟ ଘଟଣା ଉଗ୍ର ରୂପ ନେଉଛି। ଦେଓଗାଁବାସୀ ଏପରି ପରିସ୍ଥିତିକୁ ଠିକ୍ ହିସାବରେ ଧର୍ଯ୍ୟ ଓ ବୁଦ୍ଧିମତା ର
ଦେଓଗାଁ ଅଶାନ୍ତ ଘଟଣା  ଶାନ୍ତି ପାଇଁ ଲୋକଙ୍କ ସହ ଆଲୋଚନା କଲେ ନରସିଂହ ଦେଓଗାଁ ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ ରହୁନାହିଁ ଉଚ୍ଚ ପଦସ୍ଥ ଅଧିକାରୀ ଆସି ଉଚିତ ତଦନ୍ତ କରନ୍ତୁ-ନରସିଂହ


ଦେଓଗାଁ ଅଶାନ୍ତ ଘଟଣା  ଶାନ୍ତି ପାଇଁ ଲୋକଙ୍କ ସହ ଆଲୋଚନା କଲେ ନରସିଂହ ଦେଓଗାଁ ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ ରହୁନାହିଁ ଉଚ୍ଚ ପଦସ୍ଥ ଅଧିକାରୀ ଆସି ଉଚିତ ତଦନ୍ତ କରନ୍ତୁ-ନରସିଂହ


ଦେଓଗାଁ ଅଶାନ୍ତ ଘଟଣା  ଶାନ୍ତି ପାଇଁ ଲୋକଙ୍କ ସହ ଆଲୋଚନା କଲେ ନରସିଂହ ଦେଓଗାଁ ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ ରହୁନାହିଁ ଉଚ୍ଚ ପଦସ୍ଥ ଅଧିକାରୀ ଆସି ଉଚିତ ତଦନ୍ତ କରନ୍ତୁ-ନରସିଂହ


ବଲାଙ୍ଗୀର, ୦୬ ନଭେମ୍ବର(ହି.ସ.) – ବଲାଙ୍ଗିର ନିର୍ବାଚନ ମଣ୍ଡଳି ବିଶେଷ କରି ଦେଓଗାଁ ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବହୁତ ଖରାପ ଆଡକୁ ଗତି କରୁଛି। ଦେଓଗାଁ ପୋଲିସର ଅପାରଗତା ପାଇଁ ଛୋଟ ରୁ ଛୋଟ ଘଟଣା ଉଗ୍ର ରୂପ ନେଉଛି। ଦେଓଗାଁବାସୀ ଏପରି ପରିସ୍ଥିତିକୁ ଠିକ୍ ହିସାବରେ ଧର୍ଯ୍ୟ ଓ ବୁଦ୍ଧିମତା ର ସହ ପରିଚାଳନା କଲେ ଏହା ଆହୁରି ଉଗ୍ର ରୂପ ନେଇ କେଉଁ ଆଡକୁ ଗତି କରିବ କହିହେବନାହିଁ। ତେଣୁ ମୋର ଅନୁରୋଧ ଏଠାରେ ରହୁଥିବା ବିଭିନ୍ନ ଜାତି, ଧର୍ମ, ବଣ୍ଣ ର ଆବାଳ ବୃଦ୍ଧ ବିନୀତା ଯେପରି ଅଂଚଳରେ ଶାନ୍ତି ସ୍ଥାପନ ହୋଇପାରିବ ସେ ଦିଗରେ କାମ କରନ୍ତୁ ବୋଲି ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଦେଓଗାଁ ଅଶାନ୍ତ ଘଟଣା ପରିପ୍ରେକ୍ଷିରେ ଦେଓଗାଁ ରେ ପହଂଚି ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା ବେଳେ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେ ଏହି ପରିପ୍ରେକ୍ଷିରେ ଏହା ମଧ୍ୟ କହିଛନ୍ତି ଯେ ଦେଓଗାଁ ପୋଲିସ ର ଅପାରଗତା ବର୍ତମାନ ଦେଓଗାଁ କୁ ଅଶାନ୍ତ କରିଛି। ଏଠାରେ ସୂଚନାଯୋଗ୍ୟ ଯେ ଦେଓଗାଁ ର ଏକ ଗଣ୍ଡଗୋଳ ଘଟଣାକୁ ରଫାଦଫା କରିବା ନେଇ ସ୍ଥାନୀୟ ଏକ ରାଜନେତା ଜନୈକ ଏକ ମହିଳାଙ୍କ ଠୁ ଟଙ୍କା ନେବା ଅଡିଓ/ଭିଡିଓ ଭାଇରାଲ ଘଟଣା ପୋଲିସର ସମ୍ପୃକ୍ତି ଓ କାର୍ଯ୍ୟକଳାପ ଉପରେ ଜନସାଧାରଣ ସନ୍ଦେହ କରୁଛନ୍ତି। ଆହୁରି ମଧ୍ୟ ଦେଓଗାଁ ପୋଲିସ ମହିଳାମାନଙ୍କ ଏଫ୍‌ଆଇଆର୍ ଗ୍ରହଣ ନକରି ସେମାନଙ୍କୁ ଅସଭ୍ୟ ଭାଷା ପ୍ରୟୋଗ କରୁଛି ବୋଲି ମହିଳାମାନେ ଅଭିଯୋଗ କରୁଛନ୍ତି। ଏପରି ଏକ ଲଜ୍ଜାଜନକ ଘଟଣାରୁ ଦେଓଗାଁ ପୋଲିସ ନଜର ହଟାଇବା ପାଇଁ ଦେଓଗାଁବାସୀଙ୍କ ଉପରେ ଜୁଲୁମ କରୁଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି । ତେଣୁ ପୋଲିସ ଲୋକଙ୍କ ବିଶ୍ୱାସ ଭାଜନ ହୋଇ କାମ କରିବା ଉଚିତ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହା ସହ ଦେଓଗାଁ ଅଶାନ୍ତ ଘଟଣାରେ ପୋଲିସ ଏଫ୍‌ଆଇଆରରେ ଏପରି କିଛି ନାଁ ଅଛି ଯିଏ କି ଘଟଣା ସ୍ଥଳରେ ନଥିଲେ। ଏପରି କି ସେଥିରୁ କିଛି ଗତ ୬ ମାସ ହେଲା ରାଜ୍ୟ ବାହାରେ ରହୁଛନ୍ତି। ତଥାପି ମଧ୍ୟ ପୋଲିସ ଏଫ୍‌ଆଇଆର ରେ ସେମାନଙ୍କ ନାଁ କେମିତି ଆସିଲା ବୋଲି ଭୟାତୁର ଦେଓଗାଁବାସୀ ଶ୍ରୀ ମିଶ୍ରଙ୍କ ଆଗରେ ଅଭିଯୋଗ କରିଛନ୍ତି। ତା ସହ ସେମାନେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏଫ୍‌ଆଇଆର ରେ ନାଁ ନ ଥିବା ଅନେକ ଲୋକଙ୍କୁ ପୋଲିସ ଭୟଭିତ କରିବା ପାଇଁ ଖୋଜୁଛି। ତେଣୁ ଏ ସବୁ ର ଏକ ନିରପେକ୍ଷ ତଦନ୍ତ କରାଯାଉ ବୋଲି ସେମାନେ କହିଛନ୍ତି। ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଗ୍ରାମବାସୀଙ୍କୁ କହିଛନ୍ତି ଯେ ଏଫ୍‌ଆଇଆର ରେ ନାଁ ନ ଥିବା ଲୋକ କିମ୍ବା ଘଟଣା ସ୍ଥଳରେ ଉପସ୍ଥିତ ନ ଥିବା ଲୋକଙ୍କ ବାବଦରେ ତଦନ୍ତ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ପୋଲିସ ଅଧିକାରୀ ଯେପରି ଦେଓଗାଁ ଆସି ତଦନ୍ତ କରିବେ ସେ ଦିଗରେ ସେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ସହ ନିଶ୍ଚିତ ଭାବରେ ଆଲୋଚନା କରିବେ। ଏହାସହ ଯେହେତୁ ଦେଓଗାଁ ପୋଲିସ ଉପରେ ଦେଓଗାଁ ଅଂଚଳ ଲୋକଙ୍କ ବିଶ୍ୱାସ ତୁଟି ଯାଇଛି ତେଣୁ ସେପରି ଅଧିକାରୀଙ୍କୁ ଏଠାରୁ ତୁରନ୍ତ ଅନ୍ୟତ୍ର ବଦଳି ପାଇଁ ମଧ୍ୟ ସେ କହିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଗାଁ ରେ ଯେପରି ପ୍ରତ୍ୟେକ ଜାତି, ଧର୍ମ, ବର୍ଣ୍ଣର ଲୋକେ ଶାନ୍ତିପୂର୍ଣ୍ଣ ଭାବରେ ସହାବସ୍ଥାନ କରିପାରିବେ ସେଥିପାଇଁ ଏକ ଶାନ୍ତି କମିଟି ଗଠନ ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କରିବେ ବୋଲି ନରସିଂହ ମିଶ୍ର କହିଛନ୍ତି ଏବଂ ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ତା ସହ ଏକ ଶାନ୍ତିପୂର୍ଣ୍ଣ ମାହୋଲ ଫେରେଇ ଆଣିବା ପାଇଁ ଦେଓଗାଁ ଅଂଚଳରେ ପୋଲିସ ଫୋର୍ସ ମୁତୟନ କରାଯାଉ ବୋଲି ଆରକ୍ଷୀ ଅଧିକ୍ଷକଙ୍କ ଆଗରେ ନିଶ୍ଚିତ ଭାବରେ ପ୍ରସ୍ତାବ ରଖିବେ ବୋଲି କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande