କେନ୍ଦ୍ରାପଡା ଏବଂ ମହାକାଳପଡାରେ ହେବ ରାଷ୍ଟ୍ରୀୟ ଏକତା ପଦଯାତ୍ରା
କେନ୍ଦ୍ରାପଡା, ୬ ନଭେମ୍ବର (ହି.ସ.)- କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ଦୁଇଟି ସ୍ଥାନରେ ହେବ ଲୌହ ମାନବ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ପଦଯାତ୍ରା ଆସନ୍ତା ୧୦ ନଭେମ୍ବରରେ କେନ୍ଦ୍ରାପଡ଼ା ସଦରମହକୁମା ଏବଂ ୨୦ ତାରିଖରେ ମହାକାଳପଡ଼ାଠାରେ ଏକତା ପଦଯାତ୍ରା ଅ
କେନ୍ଦ୍ରାପଡା ଏବଂ ମହାକାଳପଡାରେ ହେବ ରାଷ୍ଟ୍ରୀୟ ଏକତା ପଦଯାତ୍ରା


କେନ୍ଦ୍ରାପଡା, ୬ ନଭେମ୍ବର (ହି.ସ.)- କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ଦୁଇଟି ସ୍ଥାନରେ ହେବ ଲୌହ ମାନବ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ପଦଯାତ୍ରା ଆସନ୍ତା ୧୦ ନଭେମ୍ବରରେ କେନ୍ଦ୍ରାପଡ଼ା ସଦରମହକୁମା ଏବଂ ୨୦ ତାରିଖରେ ମହାକାଳପଡ଼ାଠାରେ ଏକତା ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳଙ୍କ ସମ୍ମିଳନୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ରଘୁରାମ ଆର ଆୟର । ଚଳିତ ବର୍ଷ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟବ୍ୟାପି ତାଙ୍କର ଦେଶପ୍ରେମ,ଏକତା ଏବଂ ସେବା ମନୋଭାବକୁ ସ୍ମରଣ କରିବା ଉଦ୍ଦେଶ୍ୟ ନେଇ ରାଜ୍ୟବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲା ପକ୍ଷରୁ ଏକତା ପଦଯାତ୍ରା ଆୟୋଜନ କରାଯାଉଛି।

୧୦ ତାରିଖ ଦିନ କେନ୍ଦ୍ରାପଡ଼ା ସଦରମହକୁମା ଠାରେ ପଦଯାତ୍ରା ସକାଳ ୮ଟା ରେ କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟରୁ ବାହାରି ତିନିମୁହାଣୀ-ଗରାପୁର ଡାକ ବଙ୍ଗଳା ଛକ -କେନ୍ଦ୍ରାପଡ଼ା ହାଇସ୍କୁଲ -ନୁଆ ବସଷ୍ଟାଣ୍ଡ ଦେଇ ପୁଣି ସ୍ୱଂୟଶାସିତ ମହାବିଦ୍ୟାଳୟରେ ପହଂଚିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେବେ। ସେହିପରି ୨୦ ନଭେମ୍ବରରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ସ୍ଥିତ ପଦଯାତ୍ରା, ଅଙ୍ଗୁଳାଇ ବିଦ୍ୟାଳୟ ନିକଟରୁ ବାହାରି ପସ୍ତା -ବୀଣାପାଣି ଛକ ଦେଇ ଅଳିଆଠାରେ ସମାପନ ହେବ। ଏହି ପଦଯାତ୍ରାରେ ମହାକାଳପଡ଼ା ବିଧାୟକ ଡ଼ଃ. ଦୁର୍ଗାପ୍ରସନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗେ ଦେବେ। ପଦଯାତ୍ରା କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ ଏବଂ ରଙ୍ଗୋଲି କାର୍ଯ୍ୟକ୍ରମ ରହିଛି। ଏହି ପଦଯାତ୍ରାରେ ସମାଜର ସମସ୍ତ ଵର୍ଗ ଏଥିରେ ସାମିଲ ହୋଇ ରାଷ୍ଟ୍ର ଗଠନ, ଏକତାକୁ ସୁଦୃଢ କରି ଏକ ଭାରତ ଏବଂ ଆତ୍ମ ନିର୍ଭର ଭାରତ ଗଠନରେ ସାମିଲ ହେବାପାଇଁ ଅନୁରୋଧ କରାଯାଇଛି। ପଦଯାତ୍ରାରେ ସ୍ୱଦେଶ ଏବଂ ଆଞ୍ଚଳିକ ଦ୍ରବ୍ୟର ସ୍ଥାନେ ସ୍ଥାନେ ଷ୍ଟଲ ରହିବ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ, ମାଇଁ ଭାରତ ସଂଯୋଜକ ତିରୁପତି ଗଲୁ ରେଡ୍ଡୀ ସମେତ ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande