
କେନ୍ଦ୍ରାପଡା, ୬ ନଭେମ୍ବର (ହି.ସ.)- ନିଖିଳ ଓଡିଶା ମଧ୍ୟାହ୍ନଭୋଜନ ପାଚିକା ସହାୟକା ସଂଘ (ଏ.ଆଇ.ଟି.ୟୁ.ସି) କେନ୍ଦ୍ରାପଡା ଶାଖାର ଏକ ବୈଠକ ସ୍ଥାନୀୟ ଗୋପଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାନେତ୍ରୀ ସୁହାନା ବେଗମ୍ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବରିଷ୍ଠ ଆଇନ୍ଜିବୀ ରମଣୀ ରଞ୍ଜନ ରାଉତରାୟଙ୍କ ସମେତ ଗଜେନ୍ଦ୍ର ନାୟକ, ପ୍ରତିମା ପାତ୍ର, ସୈାଭାଗିନୀ ପତି ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ସ୍କୁଲରେ କାର୍ଯ୍ୟରତ ଥିବା ମଧ୍ୟାହ୍ନଭୋଜନ ପାଚିକାସଂଘର କର୍ମକର୍ତ୍ତାମାନଙ୍କୁ ହଇରାଣ ହରକତ କରୁଥିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପାଚିକାସହାୟିକା ମାନଙ୍କର ଦରମା ମାସର ପ୍ରଥମ ସପ୍ତାହରେ ପ୍ରଦାନ, ମାସିକ ଦରମା ୩ ହଜାର ଟଙ୍କାକୁ ବୃଦ୍ଧି କରିବା, ଦଶ ମାସ ବଦଳରେ ବାର ମାସର ଦରମା, ପାଚିକା ସହାୟିକା ମାନଙ୍କୁ ସରକାରୀ ଚାକିରୀର ମାନ୍ୟତା, ପାଚିକାସହାୟିକା ମାନଙ୍କୁ ବିଭିନ୍ନ ସ୍କୁଲରେ ଅଯଥା ହଇରାଣ ହରକତ କରୁଥିବାର ଆଦି ଦାବିଗୁଡିକୁ ନେଇ ସଂଘ ତରଫରୁ ଆସନ୍ତା ୨୮ ତାରିଖ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ରବି