ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସର ପକ୍ଷରୁ ଇସ୍ତାହାର
ସମ୍ବଲପୁର/ନୂଆପଡ଼ା, ୦୬ ନଭେମ୍ବର(ହି.ସ.) – ନୂଆପଡ଼ା ଖୁଂଟିଆ ଭବନ ଠାରେ ନୂଆପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ, ଉପନିର୍ବାଚନ ନିମନ୍ତେ କଂଗ୍ରେସର ଇସ୍ତାହାର ସମାବେଶରେ ପିସିସି ସଭାପତି ଭକ୍ତ ଚରଣ ଦାସ, ସାଂସଦ ସପ୍ତଗୀରି ଉଲ୍ଳାକା, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍‌, ପୁର୍ବତନ କେନ୍ଦ୍ରମନ୍ତ
ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସର ପକ୍ଷରୁ ଇସ୍ତାହାର


ସମ୍ବଲପୁର/ନୂଆପଡ଼ା, ୦୬ ନଭେମ୍ବର(ହି.ସ.) – ନୂଆପଡ଼ା ଖୁଂଟିଆ ଭବନ ଠାରେ ନୂଆପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ, ଉପନିର୍ବାଚନ ନିମନ୍ତେ କଂଗ୍ରେସର ଇସ୍ତାହାର ସମାବେଶରେ ପିସିସି ସଭାପତି ଭକ୍ତ ଚରଣ ଦାସ, ସାଂସଦ ସପ୍ତଗୀରି ଉଲ୍ଳାକା, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍‌, ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୁର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପୁର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ନୂଆପଡ଼ା ଜିଲ୍ଲାର ବିକାଶ ତଥା ବର୍ଷ ବର୍ଷ ଧରି ପ୍ରତାରିତ ହେଉଥିବା ଜିଲ୍ଲା ବାସୀଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସର ସବିଶେଷ ଘୋଷଣାପତ୍ରର ଉନ୍ମୋଚନ କରିଛନ୍ତି। ରାଜ୍ୟର ଶାସକ ଏବେ ମୁଖ୍ୟ ବିରୋଧୀ ଦଳ ଦ୍ୱାରା ନୂଆପଡ଼ା ଜିଲ୍ଲାକୁ ସବୁବେଳେ ଉପେକ୍ଷା କରାଯାଇଛି। ଲୋକଙ୍କ ସାଧାରଣ ଆବଶ୍ୟକତାକୁ ମଧ୍ୟ ପୂରଣ କରାଯାଇ ନାହିଁ।

ଏହି ସମସ୍ତ ଅସୁବିଧାକୁ ଦୂର କରିବା ପାଇଁ କଂଗ୍ରେସ ପ୍ରତିବଦ୍ଧ। ପ୍ରତାରଣାରୁ ମୁକ୍ତି ପାଇବା ସହ ବିକାଶ ଓ ନ୍ୟାୟ ପଥରେ ଆଗେଇବା ପାଇଁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ବିଜୟୀ କରାଇବା ପାଇଁ ଆହ୍ୱାନ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande