
କେନ୍ଦୁଝର, 6 ନଭେମ୍ବର (ହି.ସ.)ଘଟଗାଁ ବ୍ଲକ ବଳଭଦ୍ରପୁର ପଞ୍ଚାୟତ ନୁଦୁରପଡ଼ା ଛକରେ ଯାତ୍ରୀ ପ୍ରତୀକ୍ଷାଳୟ ବିପଦ ସଙ୍କୁଳ ଅବସ୍ଥାରେ ଦେଖୁବାକୁ ମିଳିଛି। ବହୁ ଦିନରୁ ନିର୍ମିତ ହେଇବ ପୁରୁଣା ଘରଟି କେତେବେଳେ ଭୁଶୁଡି ଯାଇପାରେ କହି ହେବନି। ହରିଚନ୍ଦନପୁର ବ୍ଲକ ବ୍ଳକ ଜଙ୍ଘିରା ଜିଲ୍ଲାପରିଷଦ ଜୋନର ସତଟି ପଞ୍ଚାୟତ, ବାଂଶପାଳ ବ୍ଲକର ଚାରିଟି ପଞ୍ଚାୟତ, ଘଟଗାଁ ବ୍ଲକ ପାଞ୍ଚଟି ପଞ୍ଚାୟତର ଲୋକେ ବସ୍ ଓ ଟ୍ରେନ ଯୋଗେ ଯିବା ପାଇଁ ନୁଦୁରପଡା ଛକରେ ଅପେକ୍ଷା କରୁଛନ୍ତି। ସେମାନଙ୍କୁ ଖରା ବର୍ଷରୁ ରକ୍ଷା ଦେଇଥାଏ ଏହି ପ୍ରତିକ୍ଷାଳୟ ଟି। ଛକରେ ଥିବା ମା'ତାରିଣୀ ମନ୍ଦିର କୁ ଆସୁଥିବା ଭକ୍ତି ମାନେ ମଧ୍ୟ ଏହାକୁ ବ୍ୟବହାର କରିଥାନ୍ତି। ନୂତନ ରାସ୍ତାର ଉଚ୍ଚତା ବଢିବା ହେତୁ ବର୍ଷା ପାଣି ଯାତ୍ରୀ ପ୍ରତୀକ୍ଷାଳୟ ଭିତରେ ପଶି ଜମିରହୁଥିବାରୁ ଓ ବିପଦସଂକୁଳ ଅବସ୍ଥା ହେତୁ ଅବ୍ଯବହୃତ ହେଇ ପଡ଼ିରହିଛି। ବର୍ଷା, ଖରା,ଶୀତରେ ଲୋକେ ବାହାରେ ଛିଡା ହେଇରହୁଛନ୍ତି। ବର୍ଷ ସାରା ହାତୀ ଭୟ ଭିତରେ ବାଧ୍ଯ ହେଇ ଲୋକେ ରାତି ଅଧରେ ଛୋଟ ଛୁଆଙ୍କୁ ଧରି ବାହାରେ ଅପେକ୍ଷା କରୁଛନ୍ତି। ପୂର୍ବ ସରକାରରେ ହଜାର ହଜାର ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ହେଇଥିଲେ ମଧ୍ୟ ତିନିଟି ବ୍ଳକର ଲୋକଙ୍କ ଲାଇଫଲାଇନ ଭାବେ ବ୍ୟବହୃତ ହେଉଥିବା ନୁଦୁରପଡା ଛକ ପ୍ରତି ଦୃଷ୍ଟିନପଡିବା ଦୁଃଖର ବିଷୟ। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଲୋକଙ୍କ ମୌଳିକ ସୁବିଧା ପ୍ରତି ଦୃଷ୍ଟି ଦେଇ ପ୍ରଶାସନ ଶୀଘ୍ର ନୁଦୁରପଡା ଛକରେ ନୂତନ ଯାତ୍ରୀପ୍ରତୀକ୍ଷାଳୟ ନିର୍ମାଣ କରିବାକୁ ବଡକାଣ୍ଝର ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ତ୍ରିଲୋଚନ ନାଏକ, ଚନ୍ଦନ ନାଏକ, ପ୍ରଦୀପ ନାଏକ ଓ ସ୍ଥାନୀୟ ଜନସାଧାରଣ ଦାବିକରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA