ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାର କାର୍ଯ୍ୟାଳୟ ଉଦ୍ଘାଟିତ
କୋରେଇ, ୬ ନଭେମ୍ବର (ହି.ସ.)- ପାଣିକୋଇଲି ମା ତାରିଣୀ ମନ୍ଦିର ନିକଟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାର କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଛି । ଲୋକମାନେ ମାଗଣା ବିଜୁଳି କିପରି ପାଇବେ ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଥି ନିମନ୍ତେ କ''ଣ କ''ଣ ସୁବିଧା ସୁଯୋଗ ରହିଛି ସେ ସର୍ମ୍ପ
ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାର କାର୍ଯ୍ୟାଳୟ ଉଦ୍ଘାଟିତ


କୋରେଇ, ୬ ନଭେମ୍ବର (ହି.ସ.)- ପାଣିକୋଇଲି ମା ତାରିଣୀ ମନ୍ଦିର ନିକଟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାର କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଛି । ଲୋକମାନେ ମାଗଣା ବିଜୁଳି କିପରି ପାଇବେ ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଥି ନିମନ୍ତେ କ'ଣ କ'ଣ ସୁବିଧା ସୁଯୋଗ ରହିଛି ସେ ସର୍ମ୍ପକରେ ଅବଗତ କରାଯାଇଥିଲା । ଅତିଥିଭାବେ ଯାଜପୁର ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ରଂଜିତା ରାଉତ, ବରିଷ୍ଠ ସମ୍ବାଦିକ ସୁବାସ ଧଳ ଯୋଗଦେଇ ଏହି କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ । ମ୍ୟାନେଜିଂଗ ଡାଇରେକ୍ଟର ପ୍ରୀତମ ରାଉତ, ପାଣିକୋଇଲି ବ୍ରାଂଚ ମ୍ୟାନେଜର ଗୌରାଂଗ ଚରଣ ମହୀ, ସହଯୋଗୀ ପ୍ରମୋଦ ପାତ୍ର, କାହ୍ନୁ ଚରଣ ଜେନା ଉପସ୍ଥିିତ ରହି କାର୍ଯ୍ୟକ୍ରମ ପରିଚଳନାରେ ସହଯୋଗ କରିଥିଲେ । ଅଲେଖବାବା ମାନଙ୍କ ମନ୍ତ୍ର ଧ୍ୱନୀରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ପାଣିକୋଇଲିର କାର୍ଯ୍ୟରତ ସମ୍ବାଦିକ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande