
ଭଦ୍ରକ, ୬ ନଭେମ୍ବର (ହି.ସ.) - ଗାଁ, ମା',ମାଟି, ପ୍ରକୃତି ଓ ଧରିତ୍ରୀର ସୁରକ୍ଷା ପାଇଁ'ଜୟ ପରିବେଶ'ର ନାରା ଦେଉଥିବା ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ପରିବେଶପ୍ରେମୀ ମନୋଜ କୁମାର ରାଉତଙ୍କ ଆହ୍ୱାନ ଓ ସଂଯୋଜନାରେ ମଙ୍ଗଳବାର ଦିନ ଭଣ୍ଡାରିପୋଖରୀ ବ୍ଲକର ସରପଦା ଗ୍ରାମରେ ପ୍ରାୟ ୩୦୦ ଲିମ୍ବ ଓ ଅନ୍ୟାନ୍ୟ ବୃକ୍ଷ ରୋପଣ କରାଯାଇଛି।ଭଣ୍ଡାରିପୋଖରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ, ଭଣ୍ଡାରିପୋଖରୀ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ସଦସ୍ୟ ଛାତ୍ର ଛାତ୍ରୀ ମାନଙ୍କ ସହ ଅନ୍ୟ ସ୍ୱେଚ୍ଛାସେବୀମାନେ ଯୋଗ ଦେଇ ' ପପୁ-ଏଲି ଦାତବ୍ୟ ନ୍ୟାସ' ପକ୍ଷରୁ ଆୟୋଜିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।ବୃକ୍ଷ ରୋପଣ ସହ ବୃକ୍ଷର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ