


ସୁବର୍ଣ୍ଣପୁର, ୬ ନଭେମ୍ବର (ହି.ସ.)- ସହରର ବଡ଼ବଜାର ତେନ୍ତୁଳିଘାଟ ଠାରେ ଭଗବତ ପାଠାଗାର ପକ୍ଷରୁ ୬୨ ତମ ବାଳକ ଭୋଜନ ସମାରୋହ ଓ ରାଜ୍ୟ ସ୍ତରୀୟ ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗଦେଇ ଏଇ ରାଜ୍ୟ ସ୍ତରୀୟ ନୌକା ଚାଳନା ପ୍ରତିଯୋଗିତାକୁ ଶୁଭାରମ୍ଭ କରି ଥିଲେ ଓ ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିଭୋର ହୋଇ ଯାଇଥିଲେ l ଏହି ନୌବାଣିଜ୍ୟ ପରମ୍ପରାର ସହ ଯୋଡ଼ି ହୋଇଥିବା ଏ ଉତ୍ସବକୁ ମା ଲଙ୍କେଶ୍ବରୀ ପୀଠକୁ ପର୍ଯ୍ୟଟନ ସହ ଯୋଡିବାକୁ ଉଦ୍ୟମ ଜାରି ରଖିବାକୁ ପ୍ରତିଶୃତି ଦେଇଥିଲେ l ମଧ୍ୟାହ୍ନରେ ସାମୂହିକ ବାଳକ ଭୋଜନ ସମାରୋହରେ ଯୋଗଦେଇ ଛୋଟ ପିଲା ମାନଙ୍କୁ ନିଜେ ମିଠା ବାଣ୍ଟିଥିଲେ l ସମ୍ମାନିତ ଅତିଥି ଭାବେ ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ନଗର ପାଳ କଇରୁ ସ୍ବାଇଁ, ଆୟୋଜକ କମିଟି ଉପଦେଷ୍ଟା ପୁରୁଷୋତ୍ତମ ପାଣିଗ୍ରାହୀ, ଯୁବ ସଂଗଠକ ଚକ୍ରାୟୁଧ ନାଏକ ଯୋଗଦେଇ ଆୟୋଜକ, ପ୍ରତିଯୋଗୀ, କଳାକାର ଓ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ l ନୌକା ଚାଳନା ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସର୍ବମୋଟ ୮୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଯାହାକି ଚାରି ରାଉଣ୍ଡରେ ପ୍ରଥମ ସିଲେକ୍ସନ୍ ରେ ୮ଟି ଟୃପ କୁ ଚୟନ କରାଯାଇଥିଲା l ଓ ସେଥିରୁ ଫାଇନାଲ ଟିମ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଯେଉଁଥିରେ କି ଅଭିମନ୍ୟୁ ବେହେରା, ସୁରଜ୍ ତରିଆ ସୁବର୍ଣ୍ଣପୁର ଜିଲ୍ଲା ପ୍ରଥମ ବିଜେତା ଭାବେ, ବିକାଶ ଛତ୍ରିଆ, ଆଲୋକ ତରିଆ ଦ୍ଵିତୀୟ ବିଜେତା ଓ ଶରତ ମହାଲିଙ୍ଗ, ଅନଙ୍ଗ ତରିଆ କେଉଁଟି ପାଲି ସୁବର୍ଣ୍ଣପୁର ଜିଲ୍ଲା ତୃତୀୟ ବିଜେତା ଭାବରେ ଉନ୍ନିତ ହୋଇଥିଲେ l ପରେ ସମସ୍ତ ବିଜୟୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଧିତ କରିଥିଲେ। ଚନ୍ଦନ ଟ୍ରିଉଟରିଆଲର କଳାକାର ମାନଂକ ଦ୍ବାରା ଏକ ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ କଳାକାରଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l
ସଭାକୁ ସାମ୍ୱାଦିକ ମନୋରଞ୍ଜନ ତ୍ରୀପାଠୀ ସଂଯୋଜନା କରିଥିଲେ l ଭାଗବତ ମନ୍ଦିର ତେନ୍ତୁଳି ଘାଟ କମିଟି ସଭାପତି କୁନୁ ବେହେରା, ଉପ ସଭାପତି ମୁନା ବାରିକ୍, କୋଷାଧ୍ୟକ୍ଷ ବୃଷଭ ବୁଡେକ୍, ସମ୍ପାଦକ ପବିତ୍ର ସାହୁ, ବୈଦ୍ୟ ନାଥ ସାହୁ, ହିମାଂଶୁ ନାଏକ, ଜଗନ୍ନାଥ ସାହୁ, ଚନ୍ଦନ ସେଠୀ, ଜିତେନ୍ଦ୍ର ନାଏକ, ହଳଧର ତରିଆ , ସତ୍ୟ ବାନ ନାଏକ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଉତ୍ସବ ରେ ହଜାର ହଜାର ଲୋକ ଙ୍କ ଭିଡ ଜମିଥିଲା l ରେଫେରି ସଞ୍ଜୟ କୁମାର ନୌକା ଚାଳନା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ